www.samajalive.in
Friday, December 12, 2025
14.1 C
Bhubaneswar

ବଙ୍ଗୋମୁଣ୍ଡା ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନା ବାଟବଣା

ବଙ୍ଗୋମୁଣ୍ଡା: ସ୍ୱଚ୍ଛ ଭାରତ ଗ୍ରାମୀଣ ଯୋଜନାରେ ଗ୍ରାମାଞ୍ଚଳର ଅନେକ ଗରିବ ପରିବାରକୁ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବାଟମାରଣା ଯୋଗୁଁ ଏହାର ସଫଳ ରୁପାୟନ ହୋଇପାରି ନ ଥିବା ଅଭିଯୋଗ ହେଉଛି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ। ବ୍ଲକର ୨୬ ଟି ପଞ୍ଚାୟତରେ ନିର୍ମାଣ କରାଯାଇଥିବା ପାଇଖାନା ଗୁଡିକ ଅତି ନିମ୍ନ ମାନର ଯୋଗୁଁ ତାହା ଲୋକଙ୍କ କାମରେ ଆସୁନାହିଁ। ଏହି ଯୋଜନାରେ ବ୍ଲକରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମାଲେମାଲ ହୋଇଥିବା ବେଳେ ହିତାଧିକାରୀ ବେହାଲ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ବ୍ଲକରୁ କାର୍ଯ୍ୟାଦେଶ ପାଇ ବ୍ୟକ୍ତିଗତ ଭାବେ ନିର୍ମାଣ କରିଥିବା ହିତାଧିକାରୀଙ୍କ ପାଇଖାନା ଗୁଡିକ ବ୍ୟବହାର ଯୋଗ୍ୟ ହୋଇଥିବା ବେଳେ ଠିକାଦାର ନିର୍ମାଣ କରିଥିବା ପାଇଖାନା ଗୁଡିକ ଲୋକଙ୍କ କାମରେ ନଆସି ଖତ ଖାଉଛି। ବ୍ଲକର ଯେଉଁ ଗାଁକୁ ଦେଖିବ ତିଆରି ହୋଇଛି ପାଇଖାନା କିନ୍ତୁ କୋଉ କାମକୁ ନୁହଁ। ତିଆରି ହୋଇଛି ସତ ହେଲେ କାମରେ ଆସୁନାହିଁ। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ପାଇଖାନା ନିର୍ମାଣ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଛି। ଅନେକ ଗ୍ରାମରେ ଗୋଟିଏ ପାଇଖାନା କୁ ଦେଖାଇ ବାରମ୍ବାର ବିଲ କରାଯାଇ ହଡପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗ୍ରାମରେ କେତେକ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ନହୋଇ ବିଲ କରାଯାଇଥିବା ସାମ୍ନାକୁ ଆସିଛି। ଏଭଳି ଅନେକ ପଞ୍ଚାୟତରେ ପାଇଖାନା ନିର୍ମାଣ ନ କରି ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମିଶି ହଡପ କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଆହୁରି ଦୁର୍ନୀତି ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ସିନେ୍ଧକେଲା ପଞ୍ଚାୟତର ଭତାସର ଗାଁରେ ନିର୍ମାଣ କରାଯାଇଥିବା ପାଇଖାନା ଗୁଡିକ ଅତିନିମ୍ନମାନର ହୋଇଥିବା ବେଳେ ପାଇପ ସଂଯୋଗ ମଧ୍ୟ ହୋଇନାହିଁ। ନିମ୍ନ ମାନର କାମ ଯୋଗୁଁ ନିର୍ମାଣର ବର୍ଷେ ନ ପୁରୁଣୁ ପାଇଖାନା ଭାଙ୍ଗିଯାଉଛି। ବ୍ଲକରେ ପାଇଖାନା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀ ବିରୋଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories