www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ପକ୍ଷରୁ ଗୁରୁବାର ଆଇପିଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କେତେକ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଭିତ୍ତିରେ ବଦଳି କରାଯାଇଥିବାବେଳେ ଆଉ କେତେକଙ୍କୁ ତାଙ୍କ ମୂଳପଦକୁ ଫେରାଇ ଅଣାଯାଇଛି। ଭୁବନେଶ୍ୱର କମିଶନରେଟ ପୁଲିସର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁଙ୍କୁ ଅଣାଯାଇଛି। ସେହିପରି ବରଗଡ଼ ଏସ୍‌ପି ଭାବେ ନିକଟରେ ବଦଳି ହୋଇଥିବା ଜୟ ନାରାୟଣ ପଙ୍କଜଙ୍କୁ ତାଙ୍କ ପୂର୍ବବର୍ତ୍ତୀ ସ୍ଥାନ ଜଗତସିଂହପୁରକୁ ଫେରାଇ ଅଣାଯାଇଛି।
ସେହିପରି ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦେଶକ ତଥା ୧୯୯୦ ବ୍ୟାଚ୍‌ର ବରିଷ୍ଠ ପୁଲିସ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ତାଲିମ ଏବଂ ବିପିଏସ୍‌ପିଏର ଅତିରିକ୍ତ ପୁଲିସ ମହାନିର୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ୧୯୮୮ ବ୍ୟାଚ୍‌ର ମନୋଜ କୁମାର ଛାବ୍ରାଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଏସ୍‌ଏପି)ଭାବେ,୧୯୮୯ ବ୍ୟାଚ୍‌ର ବରିଷ୍ଠ ପୁଲିସ ଅଧିକାରିଣୀ ବି ରାଧିକା ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ମହାନିର୍ଦେଶକ ଭାବେ,୧୯୯୩ ବ୍ୟାଚ୍‌ର ଏସ୍‌ କେ ନାଥଏସ୍‌ଏଫ୍‌ଏସ୍‌ଏଲ୍‌ର ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ୧୯୯୩ ବ୍ୟାଚ୍‌ର ବିନୟତୋଷ ମିଶ୍ରଙ୍କୁ ଅତ୍ୟାଧୂନିକୀକରଣ ଏଡିଜିପି ଭାବେ ବଦଳି କରାଯାଇଥିବାବେଳେ ଆର୍‌ ପି କୋଚେଙ୍କୁ ଅପରେସନ ବିଭାଗର ଏଡିଜିପି ଭାବେ, ଆର୍‌ କେ ଶର୍ମାଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ, ପି ଏସ୍‌ ରଣପିସେଙ୍କୁ ଆଇଜି ପୁଲିସ(ପର୍ସନାଲ), ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚର ଆଇଜି ଭାବେ, ସଞ୍ଜୟ କୁମାର ସିଂହଙ୍କୁ ଦ୍ୱେତନଗରୀର ଅତିରିକ୍ତ ପୁଲିସ କମିଶନର ଭାବେ ଘନଶ୍ୟାମ ଉପାଧ୍ୟୟଙ୍କୁ ତାଳଚେରସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଭାବେ, ଯତୀନ୍ଦ୍ର କୋଏଲଙ୍କୁ ଦୁର୍ନୀତିନିବାରଣ ବିଭାଗ ଆଇଜି ଭାବେ, ଏ ଏନ୍‌ ସିହ୍ନାଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ବାଲେଶ୍ୱର ଭାବେ ଏନ୍‌ କେ କାନୋଡିଆଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଡିଆଇଜି ଭାବେ, ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଏଚ୍‌ଆର୍‌ପିସି ଏସ୍‌ସିଏସ୍‌ଟି ସେଲର ଡିଆଇଜି ଭାବେ, ଆଶିଷ କୁମାର ସିଂହଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ, ଅନିରୁଦ୍ଧ କୁମାର ସିଂହଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି।
ଏହାବାଦ୍‌ ମୟୂରଭଞ୍ଜ ଏସ୍‌ ପି ଭାବେ ଅବିନାଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ବାଲେଶ୍ୱର ଏସ୍‌ ପି ନୀତି ଶେଖରଙ୍କୁ ସିଆଇଡ଼ି ଏସ୍‌ପି ଭାବେ, ବି୍ରଜେଶ କୁମାର ରାୟଙ୍କୁ ଗଞ୍ଜାମ ଏସ୍‌ପି ଭାବେ, ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୋଳ ଏସ୍‌ପି ଭାବେ, ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ, ବନୋଥ ଯୁଗଳ କିଶୋରଙ୍କୁ ବାଲେଶ୍ୱର ଏସ୍‌ପି ଭାବେ, ବତୁଲ ଗଙ୍ଗାଧରଙ୍କୁ ଭଦ୍ରକ, ଅନୁପମ ଜାମେଶଙ୍କୁ ଦେବଗଡ଼, ମୁକେଶ କୁମାର ଭାମୋଙ୍କୁ ବରଗଡ଼, ସୌମ୍ୟ ମିଶ୍ରଙ୍କୁ ସୁନ୍ଦରଗଡ଼, ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର, ପ୍ରତୀକ ସିଂହଙ୍କୁ କନ୍ଧମାଳ, କାର୍ତ୍ତିକେଶ୍ୱର ସାମଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ସନ୍ତୋଷ କୁମାର ନାୟକଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ଦାୟିତ୍ୱଭାର ଦିଆ ଯାଇଥିବାବେଳେ ବି କେ ପାଣିଗ୍ରାହୀଙ୍କୁ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ଏବଂ ପ୍ରାଣଧନ ମହାପାତ୍ରଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟର ଡିସିପି ଭାବେ ଅବସ୍ଥାପିତ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories