www.samajalive.in
Saturday, December 13, 2025
23.1 C
Bhubaneswar

କନ୍ଧମାଳ ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ

ଫୁଲବାଣୀ/ବାଲିଗୁଡା: ରାଜ୍ୟ ସରକାରଙ୍କ ଛାତ୍ର ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିରୋଧରେ ତଥା ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ଥିବା ଅଧ୍ୟାପକ ପୂରଣ ଦାବୀରେ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଦିଆଯାଇଛି ରଣହୁଙ୍କାର। ଯୁବମୋର୍ଚ୍ଚା ପକ୍ଷରୁ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଠାରେ ଶାନ୍ତିପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣ ବସିଥିଲେ। ଉକ୍ତ ବିକ୍ଷୋଭ ଓ ଧାରଣ ଭାଜପାର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ରଂଜିତ ସାହୁଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭାଜପା କର୍ମିମାନେ ହାତରେ ଫ୍ଲାକାର୍ଡ ଓ ବ୍ୟାନର ଧରି ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ଛାତ୍ର ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ବିରୋଧ ଉପରେ ମତ ପ୍ରକାଶ କରିଥିଲେ। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକର ରାଜନୀତିକରଣ ଓ ଅମଲାତାନ୍ତ୍ରୀକରଣ ବନ୍ଦ କର, ନୂଆ ଶିକ୍ଷା ମାନଦଣ୍ଡ ହ୍ରାସ କରିବା ପାଇଁ ଚକ୍ରାନ୍ତ କରିବା ବନ୍ଦ କର, ବିଶ୍ୱ ବିଦ୍ୟାଳୟ ତଥା କଲେଜ ମାନଙ୍କରେ ଅଧ୍ୟାପକ ନିଯୁକକ୍ତି ତୁରନ୍ତ କର, ଅଧ୍ୟାପକ ନିଯୁକ୍ତକ୍ତେରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ ଆଦି ଦାବୀ ଉପରେ ନାରାବାଜି ଦେଇଥିଲେ। କାର୍ଯ୍ୟକ୍ରୟମରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ପାତ୍ର, ସାଧାରଣ ସମ୍ପାଦକ ରମାନନ୍ଦ ଘଡେଇ ଓ ଆଦିକନ୍ଧ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ବିପ୍ର ପ୍ରଧାନ, ମୁନା ରଥ, ଶୁଭାସିଶ ମିଶ୍ର, ପ୍ରତାପ ଡାକୁଆଙ୍କ ସମେତ ଅନ୍ୟ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories