www.samajalive.in
Saturday, December 6, 2025
16.1 C
Bhubaneswar

ଢାବାରୁ ୩୦ ଲିଟର ବିଦେଶୀ ମଦ ଜବତ, ମାଲିକ ଗିରଫ

ବେତନଟୀ : ଢାବାରେ ଦେଶି-ବିଦେଶୀ ମଦ ବିକ୍ରି ନହେଲେ ତାହା ଢାବାରେ ଗଣତି ହୁଏନାହିଁ ବୋଲି ଢାବାମାଲିକମାନେ ବିଶ୍ୱାସ କରନ୍ତି। ୧୮ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନେକ ଢାବାରେ ଦିନ ରାତି ଦେଶି ଓ ବିଦେଶୀ ମଦ ଅବାଧରେ ବିକ୍ରି ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଚୁପ ହୋଇ ବସିଛି। ବଟିର ମାତ୍ରା ଏତେ ପରିମାଣରେ ମଦ ଚୋରା ବ୍ୟବସାୟୀମାନେ ଏତେ ପରିମାଣର ଦେଉଛନ୍ତିଯେ ବିଭାଗକୁ ଚୁପ ରହିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଛି। ଫଳରେ ପୁଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ସହିତ ଚୋରା ମଦ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଫଳରେ ଶନିବାର ରାତି ବେତନଟୀ ପୁଲିସ ନିଜକୁ ସାଧୁ ବୁଲାଉଥିବା ୧୮ନଂ ଜାତୀୟ ରାଜପଥର ତୁଳସିଚଉରାସ୍ଥିତ ସ୍ୱସ୍ଥିକ ପେଟ୍ରୋଲ ପମ୍ପ ନିକଟରେ ଥିବା ମାଆ ତାରିଣୀ ଢାବା ଉପରେ ଅଚାନକ ଚଢାଉ କରି ୩ ଲିଟର ବିଭିନ୍ନ ପ୍ରକାର ବିଦେଶୀ ମଦ ଜବତ କରିଛି। ଉକ୍ତ ଢାବାରେ ନିଜକୁ ପ୍ରଭାବଶାଳୀ ଅନୁଭବ କରୁଥିବା କିଛି ଯୁବକ ବେତନଟୀର ଏହି ଢାବାର ଗ୍ରାହକ ହୋଇଥିବାରୁ ପୁଲିସ ଏଠାରେ ମଦ ବିକ୍ରୟ ହେଉଥିବା ଖବର ବିଳମ୍ବରେ ପାଇବା ପରେ ଶନିବାର ରାତି ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଉକ୍ତ ଢାବା ଉପରେ ଛାପ ମାରିଥିଲେ। ଏହି ଛାପ ମାରିବା ଫଳରେ ଢାବାରୁ ପ୍ରାୟ ୩୦ ଲିଟର ବିଭିନ୍ନ କମ୍ପାନୀର ମଦ ଜବତ କରିଥିଲେ। ଉକ୍ତ ଢାବାରୁ ବିଦେଶୀମଦ ଜବତ କରିବା ସହିତ ଢାବା ମାଲିକ ହରିଶ୍ଚନ୍ଦ୍ର ସାହୁଙ୍କୁ ଗିରଫକରିଛି। ଏଥି ନେଇ ଥାନାଧିକାରୀ ଅଶୋକ କୁମାର ନାୟକ ୨୧୧/୨୦ରେ ଏକ ମାମଲା ରୁଜୁ କରିଛି। କେବଳ ତାରିଣୀଢାବ ନୁହେଁ ଅଧିକାଂଶ ଢାବାରେ ଏଭଳି ଚୋରାମଦ କାରବାର ହେବା ସହ ବିଭିନ୍ନ ମାଦକ ଦ୍ରବ୍ୟର କାରବାର ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଚୁପ ରହିବାରୁ ଏହି କାରବାର ବୃଦ୍ଧି ପାଇବାରେ ଲାଗିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories