www.samajalive.in
Friday, December 12, 2025
15.1 C
Bhubaneswar

ମିକ୍ସଚର-ଗ୍ରାଇଣ୍ଡର ମଗରେ ଫସିଲା ସାପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ବଗଡ଼ିଆ ଗ୍ରାମରେ ନିରାକାର ମହାପାତ୍ରଙ୍କ ଅଗଣାରୁ ଏକ ସାପ ଉଦ୍ଧାର କରାଯାଇଛି। ସାପଟି ଏକ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲରେ ଫସିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ନିରାକାର ବାଡ଼ି ଅଗଣାରେ କିଛି ସମୟ ଧରି ଖଡ଼ଖଡ଼ ଶବ୍ଦ ଶୁଣିଥିଲେ। ଶବ୍ଦର ଉତ୍ପତ୍ତି କେଉଁଠି ଜାଣିବା ପାଇଁ ନିରାକାର ବାବୁ ଟର୍ଚ୍ଚ ଲାଇଟ ଧରି ଖୋଜାଖୋଜି କରିଥିଲେ। ପରେ ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଡ଼ି ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲ ଲାଗିଥିବା ମଗରେ ବଡ଼ ସାପ ଫସି ଯାଇଛି। ସାପଟି ଯିବା ବେଳେ ଉକ୍ତ ଷ୍ଟିଲ ପାତ୍ରଟି ଭୁଇଁରେ ଘଷି ହୋଇ ସେଇ ଶବ୍ଦ ବାହାରୁଛି। ଭୟଭୀତ ହେଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିିଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଏକ ଢ଼ମଣା ସାପ ବୋଲି ଚିହ୍ନଟ କଲେ। ପ୍ରାୟ ୫ ଫୁଟ ଲମ୍ବର ଏହି ଢମଣା ସାପଟି ସେହି ଷ୍ଟିଲ ପାତ୍ରରେ ତଳେ ଥିବା କଣାରେ ଫସିଥିବା ବେଳେ ତା’ ପେଟ ପାଖରେ ଚମଡା ଓ ମାଂସ କଟିଯାଇଥିବା ଜଣାପଡିଛି।

- Advertisement -

ପାରେ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ପରାମର୍ଶ କରି ତାଙ୍କୁ ସାପର ଭିଡ଼ିଓ ପଠେଇଥିଲେ। ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ଷ୍ଟିଲପାତ୍ରକୁ  କାଟି ବାହାର କରାଯାଇ  ସାପ ଦେହରେ ହୋଇଥିବା କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ କରି ଜୀବାଣୁ ସଂକ୍ରମଣ ରୋକିବା ପାଇଁ ବେଟାଡିନ୍ ଲଗାଯାଇଥିଲା।
ଆଜି ସ୍ଥାନୀୟ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ସାପଟିକୁ ପରବର୍ତ୍ତୀ ଚିକିତ୍ସା ପାଇଁ ନିଆଯିବ। ଏନେଇ ସ୍ଥାନୀୟ ବନ ବିଭାଗକୁ ଆଗୁଆ ସୂଚନା ମଧ୍ୟ ଦିଆ ସରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories