www.samajalive.in
Friday, December 12, 2025
27.1 C
Bhubaneswar

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍‍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର  : ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ। ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି। ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଦେଶର ୫ କୋଟି ଘରକୁ ପାଇପ ଯୋଗେ୍‍ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି। ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲ୍‍ଏନ୍‍ଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ। ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ଉର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହା ଦ୍ୱାରା ଉର୍ଜା କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ବଢିବ ଏବଂ ଉପଭୋକ୍ତାଙ୍କ ପାଇଁ ସଠିକ୍‍ ମୂଲ୍ୟ ନିର୍ଣ୍ଣୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories