www.samajalive.in
Thursday, December 11, 2025
14.1 C
Bhubaneswar

‘ଶିବସେନା ଏବେ ସୋନିଆ ସେନା’ : କଙ୍ଗନା

ମୁମ୍ବଇ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ କେନ୍ଦ୍ରକରି ରାଜନୀତି ଆହୁରି ଘନୀଭୂତ ହୋଇଛି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ‘ତୁ’ ବୋଲି ସମ୍ବୋଧନ କରିବା ଓ କିଛି ଅଶାଳୀନ ତଥା ଉତ୍ତେଜକ ମନ୍ତବ୍ୟ ପ୍ରଦାନ ନେଇ ତାଙ୍କ ବିରୋଧରେ ଦୁଇଟି ଏତଲା ଦାୟର କରାଯାଇଛି। କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। କଙ୍ଗନା ନିଜକୁ କାଶ୍ମୀରୀ ପଣ୍ଡିତଙ୍କ ସହିତ ତୁଳନା କରିବା ପ୍ରତିବାଦରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ମୁମ୍ବଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ନେଇ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ବିବାଦ ଏବେ କଙ୍ଗନା ଓ ଶିବସେନା ମଧ୍ୟରେ ସୀମିତ ନାହିଁ। ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ତଥା ମହାରାଷ୍ଟ୍ରବାସୀଙ୍କ ମଧ୍ୟ ଚାଲିଛି। କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ବୋଲି ସେ କହିଛନ୍ତି। ଏହାର ଜବାବରେ କଙ୍ଗନା କହିଛନ୍ତି ଯେ ଶିବସେନା ଏବେ ‘ସୋନିଆ ସେନା’ରେ ପରିଣତ ହୋଇଛି। ଏହି ଦଳ କ୍ଷମତା ପାଇଁ ବାଲାସାହେବଙ୍କ ଆଦର୍ଶକୁ ବିକ୍ରି କରିଦେଇଛି। ମୁଁ ଅନୁପସ୍ଥିତ ଥିବା ସମୟରେ ଏହି ସେନାର ଗୁଣ୍ଡାମାନେ ମହାନଗର ନିଗମ ଦ୍ବାରା ମୋ ଘର ଭାଙ୍ଗିଛନ୍ତି; ଯାହାକି ସମ୍ବିଧାନ ପ୍ରତି ଘୋର ଅପମାନ। କଙ୍ଗନା ଗୁରୁବାର ବାନ୍ଦ୍ରା ଅନ୍ତର୍ଗତ ପାଲି ହିଲ୍‌ ନାକାସ୍ଥିତ ଭଗ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ମହାନଗର ନିଗମ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ଉପଦେଷ୍ଟା ଅଜୟ ମେହେତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ଉପରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ବିବାଦ ନିଆଁରେ ଘିଅ ଢ଼ାଳିବା ଭଳି କେନ୍ଦ୍ରମନ୍ତ୍ରୀ ରାମଦାସ ଅଥୱା​‌େ​‌ଲ ଗୁରୁବାର କଙ୍ଗନାଙ୍କୁ ଭେଟି ଆଲୋଚନା କରିଛନ୍ତି। କଙ୍ଗନାଙ୍କ ମଆ ଆଶା ରଣାୱତ କହିଛନ୍ତି ଯେ ତାଙ୍କ ପରିବାର କଂଗ୍ରେସ ସମର୍ଥକ ଥିଲେ; କିନ୍ତୁ ସାମ୍ପ୍ରତିକ ଭୂମିକା ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି।

- Advertisement -

କାର୍ଯ୍ୟାଳୟ ଭଙ୍ଗାଯିବା ଉପରେ ବମ୍ବେ ହାଇକୋର୍ଟ ବୁଧବାର ରହିତାଦେଶ ଜାରି କରିଥିବାବେଳେ ଆଜି (ଗୁରୁବାର) ମାମଲାର ଶୁଣାଣି ଧାର୍ଯ୍ୟ କରିଥିଲେ। ଅପରାହ୍ଣରେ ଏହାର ଶୁଣାଣି ଆରମ୍ଭ ହୋଇ ଅଧା ରହିଛି। ପୁନଃ ଶୁଣାଣି ଆସନ୍ତା ୨୨ତାରିଖକୁ ଧାର୍ଯ୍ୟ ହୋଇଛି। ବିଚାରପତି ଏସ୍‌.ଜେ କାଠୱାଲା ଓ ବିଚାରପତି ଆର.ଆଇ ଚଗଲାଙ୍କୁ ନେଇ ଗଠିତ ପୀଠ ମହାନଗର ନିଗମର ଭୂମିକା ପ୍ରତି ସନ୍ଦେହ ବ୍ୟକ୍ତ କରିଛନ୍ତି। ଏହା ସ୍ବତଃପ୍ରବୃତ୍ତ ଭଳି ଲାଗୁ ନ ଥିବା ବିଚାରପତି ମତ ​‌େ​‌ଦଇଛନ୍ତି।

ଅପରପକ୍ଷରେ କଙ୍ଗନାଙ୍କ ବିରୋଧରେ ଶିବସେନା ନେତୃତ୍ବାଧୀନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟର ମେଣ୍ଟ ସରକାର​‌େ​‌ର ବିବାଦ ସୃଷ୍ଟି ହୋଇଛି। ମେଣ୍ଟ ସରକାରର ପ୍ରମୁଖ ସଦସ୍ୟ ଏନ୍‌ସିପିର ମୁଖ୍ୟ ଶରଦ ପୱାର ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଏ ନେଇ ବୁଧବାର ସନ୍ଧ୍ୟାରେ ଆଲୋଚନା ହୋଇଥିଲା ଏବଂ ଆଲୋଚନାବେ​‌ଳେ ପୱାର ଉଦ୍ଧବଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଆଲୋଚନାର ବିଷୟବସ୍ତୁ ଗୁରୁବାର ପ୍ରଘଟ ହେବା ପରେ ମେଣ୍ଟରେ ବିବାଦ ବୃଦ୍ଧି ପାଇଛି। କଙ୍ଗନାଙ୍କ ମନ୍ତବ୍ୟକୁ ଶିବସେନା ପକ୍ଷରୁ ଗୁରୁତ୍ବ ଦିଆଯିବା ଅନୁଚିତ ଥିଲା ଏବଂ ତାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାର ସମୟ ଉପଯୁକ୍ତ ନ ଥିଲା ବୋଲି ପୱାର ଉଦ୍ଧବଙ୍କୁ ରୋକଠୋକ୍‌ ଜଣାଇ ଦେଇଥିବା ପ୍ରକାଶ। ବିଜେପି ପକ୍ଷରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ, ପାଲଘରରେ ଦୁଇ ସାଧୁଙ୍କୁ ଗୋଷ୍ଠୀବଦ୍ଧ ହତ୍ୟା ଓ କରୋନା ମୁକାବିଲା ଆଦି ପ୍ରସଙ୍ଗକୁ ନେଇ ସରକାରକୁ ବଦନାମ କରିବା ପାଇଁ ବିଭିନ୍ନ ଭାବରେ ପ୍ରୟାସ ଜାରି ରହିଛି ଏବଂ କଙ୍ଗନା ଏହାର ଏକ ଗୋଟି ହୋଇଥିଲାବେଳେ ଶିବସେନା ଏଥିପ୍ରତି ସତର୍କ ରହିବା ଉଚିତ ଥିଲା। କଙ୍ଗନାଙ୍କଠାରୁ କୌଣସି ଦାୟିତ୍ବବାନ୍‌ ମନ୍ତବ୍ୟ ଆଶା କରିବା ବୃଥା ବୋଲି ପୱାର ଚେତାଇ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories