www.samajalive.in
Wednesday, December 10, 2025
23.1 C
Bhubaneswar

ପୁଲିସ-ମାଓବାଦୀ ଗୁଳିବିନିମର ସହିଦ ଦୁଇ ଯବାନଙ୍କୁ ଦିଆଗଲା ‘ଗାର୍ଡ ଅଫ୍ ଅନର୍’

ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍ଜି ରିଜର୍ଭ ଜଙ୍ଗଲ ଗୁଳିବିନିମୟରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁଲିସ ମହା ନିର୍ଦ୍ଦେଶକ ଅଭୟ ଏବଂ ବହୁ ବରିଷ୍ଠ ପୁଲିସ ଅଧିକାରୀ ଭବାନୀପାଟଣାସ୍ଥିତ ରିଜର୍ଭ ପୁଲିସ ପଡିଆରେ ଦୁଇ ସହିଦ୍ ଏସ୍ଓଜି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ପୁଲିସ ପକ୍ଷରୁ ଦୁଇ ସହିଦ ଏସ୍‌ଓଜି ଯବାନଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯାଇଥିଲା।


ଆଜି ଦୁଇ ସହିଦ୍ ଏସ୍ଓଜ ଯବାନଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେମାନଙ୍କ ମୃତଦେହକୁ ଭବାନୀପାଟଣାସ୍ଥିତ ରିଜର୍ଭ ପୁଲିସ ପଡିଆକୁ ଅଣାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ ଅଭୟ, ଡିଆଇଜି ଗୋଇନ୍ଦା ଅନିରୁଦ୍ଧ ସିଂ, ଆଇଜି ଅପରେସନ୍ ଅମିତା ଠାକୁର, ଡିଆଇଆର୍ (ଇଣ୍ଟେଲିଜେନ୍ସି) ଆର୍.କେ. ଶର୍ମା, କୋରାପୁଟ ଡିଆଇଜି ସଫିନ୍ ଅହମ୍ମଦ୍, ସିଆରପିଏଫ୍ ୧୬ ବେଟାଲିୟନ୍ କମାଣ୍ଡେଣ୍ଟ ବିଳ୍ପ ସରକାର, ସିଆରପିଏଫ ଅଧିକାରୀ ସମେତ କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭିଲ ପରାଗ ହର୍ଷଦ, ଏସ୍‌ପି ବାତୁଲା ଗଙ୍ଗାଧର ପ୍ରମୁଖ ଏହି ଦୁଇ ସହିଦ୍‌ ଯବାନଙ୍କୁ ସେଠାରେ ‘ଗାର୍ଡ ଅଫ୍ ଅନର୍’ ଦେଇଥିଲେ।

- Advertisement -


ଏହି ଅବସରରେ ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଥିଲେ ଯେ ସହିଦ୍ ଦୁଇ ଯବାନଙ୍କ ବଳିଦାନ କେବେ ବେକାର ଯିବ ନାହିଁ। ଗତ ଦୁଇ ମାସ ଭିତରେ ଓଡିଶାରେ ୧୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ଆଗାମି ଦିନରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ମାଓ ନେତା ଓ କ୍ୟାଡରମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ଆପଣେଇ ତୁରନ୍ତ ଅସ୍ତ୍ରବିରତି କରିବା ସହିତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାରଙ୍କର ବହୁ ସୁବିଧା ସୁଯୋଗ ସେମାନେ ପାଇପାରିବେ। ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ସେମାନଙ୍କୁ ନିପାତ କରିବା ପାଇଁ ଆଗାମୀ ଦିନରେ ଓଡିଶା ସମେତ ପଡୋଶୀ ରାଜ୍ୟ ମିଳିତ ଭାବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହିଦ୍ ହୋଇଥିବା ୨ ଯବାନଙ୍କୁ ସରକାରଙ୍କ ସମସ୍ତ ସୁଯୋଗ ସହିତ ୧୬ ଲକ୍ଷ ଟଙ୍କା, ଚାକିରିର ଯେତେ ଦିନ ଥିଲା ସେତିକି ଦିନ ପର୍ଯ୍ୟନ୍ତ ପୁରା ଦରମା, ସେମାନଙ୍କ ପରିବାର ଜଣଙ୍କୁ ଚାକିରି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଥିଲେ।

ଗତ ୯ ତାରିଖ ପୂର୍ବାହ୍ନ ୧୧ଟାରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍ଜି ରିଜର୍ଭ ଜଙ୍ଗଲରେ ଏସ୍ଓଜି ଓ ଡିଭିଏଫ୍ ଯବାନ ମାନେ କୁମ୍ବିଙ୍ଗ ଅପରେସନ୍ କରୁଥିବା ସମୟରେ ହଠାତ୍ ସଶସ୍ତ୍ର ମାଓବାଦୀ ଏବଂ ଏସ୍ଓଜି ଓ ଡିଭିଏଫ୍ ଜବାନଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ଫଳରେ ସଶସ୍ତ୍ର ୪ ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ମୋଟ ୫ ମାଓବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ଠାରୁ ୨ ଟି ଏସ୍ଏଲ୍ଆର୍, ୩ ଟି ଦେଶି ରାଇଫଲ ସହିତ ମାରଣାସ୍ତ୍ର ଓ ଗୁଳିଗୁଳା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା। ଏହି ନିହତ ୫ ମାଓବାଦୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ଓ ସେମାନଙ୍କ ସହିତ ଅନ୍ୟ କେଉଁ ମାଓ ନେତାମାନେ ଥିଲେ ତାହା ତଦନ୍ତ ଜାରି ରହିଛି ବୋଲି ଆଇଜି ଅପରେସନ୍ ଅମିତା ଠାକୁର ପ୍ରକାଶ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories