www.samajalive.in
Wednesday, December 10, 2025
16.1 C
Bhubaneswar

ସହସ୍ର ‘ଛକ୍କା’ ଲାଗି ଆଉ ୨୨ ପାଦ; କ୍ରିସ ଗେଲଙ୍କ ଚଳିତ ଆଇପିଏଲରେ ସୁବର୍ଣ୍ଣ ସୁଯୋଗ

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଟି-୨୦ କ୍ରିକେଟରେ ସବୁଠୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ । ୱେଷ୍ଟଇଣ୍ଡିଜର କ୍ରିସ ଗେଲ, କୈରନ ପୋଲାର୍ଡ଼ ଓ ଆଂଦ୍ରେ ରସେଲଙ୍କ ଆକାଶଚୁମ୍ବୀ ଛକ୍କା ଦର୍ଶକଙ୍କୁ ରୋମାଞ୍ଚିତ କରିଥାଏ । ତେବେ କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ତାଙ୍କୁ କେହି କେହି ‘ୟୁନିଭର୍ସ ବସ୍’ ବୋଲି ମଧ୍ୟ କହନ୍ତି । ଚଳିତ ଆଇପିଏଲରେ ଗେଲ୍ କିଙ୍ଗସ ଇଲେଭେନ ଦଳ ପାଇଁ ଖେଳୁଛନ୍ତି । ଆଇପିଏଲର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେଉଥିବାବେଳେ ଟି-୨୦ କ୍ରିକେଟରେ ୧୦୦୦ ଛକ୍କା ଉପରେ ରହିଛି ତାଙ୍କର ନଜର ।

କ୍ରିସ ଗେଲ ଆଇପିଏଲ୍, ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ଦେଶବିଦେଶରେ ଖେଳିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଥାଏ । ଆଇପିଏଲରେ ସର୍ବାଧିକ ଛକ୍କା ମାରିବାର ରେକର୍ଡ଼ ତାଙ୍କ ନାଁରେ ରହିଛି । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୩୨୬ ଛକ୍କା ମାରିଛନ୍ତି । ସେହିପରି ଟି-୨୦ କ୍ରିକେଟ ଇତିହାସରେ ତାଙ୍କ ନାଁରେ ସର୍ବାଧିକ ୯୭୮ ଛକ୍କାର ରେକର୍ଡ଼ ରହିଛି । ଏହି ସ୍ଥିତିରେ ୧୦୦୦ ଛକ୍କା ମାରିବାର ଏକମାତ୍ର ଖେଳାଳି ହେବା ପାଇଁ ତାଙ୍କୁ ଆଉ ୨୨ଟି ଛକ୍କା ଆବଶ୍ୟକ ରହିଛି ।

ଆଇପିଏଲରେକର୍ଡ଼ ଦେଖିଲେ ଥରେ କ୍ରିସ ଗେଲ୍ କ୍ରିଜରେ ଜମିଗଲେ ତାଙ୍କୁ ରୋକିବା ଅସମ୍ଭବ ହୋଇପଡ଼େ । ଯଦି ଗେଲ୍ ତାଙ୍କର ପୁରୁଣା ଓ ସ୍ବାଭାବିକ ଖେଳ ପ୍ରଦର୍ଶନ କରନ୍ତି ତେବେ ତାଙ୍କ ପାଇଁ ଆଉ ୨୨ଟି ଛକ୍କା ବିଶେଷ ବଡ଼ କଥା ନୁହେଁ । ଗୋଟିଏ ଦୁଇଟି ମ୍ୟାଚରେ ସେ ଏହି ରେକର୍ଡ଼ ସୃଷ୍ଟି କରିବାରେ ଦକ୍ଷତା ରଖିଛନ୍ତି । ଆଉ ଯଦି ଏହା ସମ୍ଭବ ହୁଏ, ତେବେ ସେ ବିଶ୍ବର ଏକମାତ୍ର ଖେଳାଳି ଭାବରେ ଟି-୨୦ରେ ୧୦୦୦ ଛକ୍କା ମାରିବାର ନୂଆ​ ରେକର୍ଡ଼ ସୃଷ୍ଟ କରିବେ ।
ଗେଲଙ୍କ ପରେ ଟି-୨୦ରେ ଦ୍ବିତୀୟ ସର୍ବାଧିକ ଛକ୍କା ମାରିବାର ରେକର୍ଡ଼ ତାଙ୍କରି ଦେଶର କୈରନ ପୋଲାର୍ଡ଼ଙ୍କ ନାମରେ ରହିଛି । ପୋଲାର୍ଡ଼ ଏ ପର୍ଯ୍ୟନ୍ତ ୬୭୨ଟି ଟି-୨୦ ଛକ୍କା ମାରିଛନ୍ତି । ଆଉ ୨୮ଟି ଛକ୍କା ମାରି ପାରିଲେ ସେ ୭୦୦ ଛକ୍କା ମାରିବାର ଦ୍ବିତୀୟ ଖେଳାଳି ଭାବରେ ପରିଗଣିତ ହେବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories