www.samajalive.in
Friday, December 12, 2025
16.1 C
Bhubaneswar

ବାଇକୁଲା ଜେଲ୍‌ରେ ରିୟା : ଆଜି ଭାଇ-ଭଉଣୀଙ୍କ ଜାମିନ ଶୁଣାଣି

ମୁମ୍ବଇ : ନିଷିଦ୍ଧ ନିଶାସେବନ ଓ କାରବାର ଅଭିଯୋଗରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବୁଧବାର ସକାଳ ୧୦ଟା ୩୦ରେ ‘ନାକ୍ରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍‌ସିବି) ପକ୍ଷରୁ ସ୍ଥାନୀୟ ବାଇକୁଲା ମହିଳା କାରାଗାରକୁ ଆଣାଯାଇଛି। ସେଠାରେ ତାଙ୍କୁ ଚଳିତ ମାସ ୨୨ ପର୍ଯ୍ୟନ୍ତ ରଖାଯିବ। ସ୍ବତନ୍ତ୍ର ବାରାକ୍‌କୁ ନିଆଯିବା ପୂର୍ବରୁ ତାଙ୍କୁ ବିଚାରାଧୀନ କଏଦୀଙ୍କ ପାଇଁ ଉଦ୍ଦିଷ୍ଟ କୋଠରିରେ ରଖାଯିବ। ରିୟା ସେଠାରେ ପହଞ୍ଚିବା ପରେ ତାଙ୍କ ନିଜସ୍ବ ବ୍ୟାଗ୍‌କୁ କାରାଗାର କର୍ତ୍ତୃପକ୍ଷ ନେଇଯିବା ସହ ତାଙ୍କ ପାଇଁ ଆବଶ୍ୟକ ସାମଗ୍ରୀକୁ ଏକ ପଲିଥିନ୍‌ ବ୍ୟାଗ୍‌ରେ ରିୟାଙ୍କୁ ଦେଇଥିଲେ। ଏଥିରେ କିଛି କପଡ଼ା ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଥିଲା। ସନ୍ଧ୍ୟାରେ ତାଙ୍କୁ ସ୍ବତନ୍ତ୍ର ବାରାକ୍‌କୁ ନିଆଯିବାର କାର୍ଯ୍ୟକ୍ରମ ରହିଛି।

ଏଠାରେ ଲମ୍ବା ହଲ୍‌ ବିଶିଷ୍ଟ ୬ଟି ବାରାକ୍‌ ରହିଛି ଓ ପ୍ରତିଟିରେ ୪୦ରୁ ୫୦ ଅନ୍ତେବାସିନୀ ରହୁଛନ୍ତି। ସମସ୍ତେ ଚଟାଣରେ ଶୋଉଛନ୍ତି। ବୁଧବାର ମଧ୍ୟାହ୍ନ ଭୋଜନରେ ରିୟାଙ୍କୁ ଦୁଇ ପଟ ଚପାତି(ରୁଟି) ସହିତ ଗିନାଏ ଡାଲି ଓ ​‌ଗୋଟିଏ ​ପ୍ଲେଟ ସାଧା ତରକାରୀ ଦିଆଯାଇଥିଲା। କାରାଗାର ପରିସରସ୍ଥ କ୍ୟାଣ୍ଟିନରୁ ଆବଶ୍ୟକ ଖାଦ୍ୟ ଓ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ତାଙ୍କୁ କୁହାଯାଇଥିଲା। ଏହି କାରାଗାରରେ ଝିଅ ସିନା ବୋରା ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଅବସ୍ଥାନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୀମା-କୋରୋଗାଓଁ ମାମଲାର ଅନ୍ୟତମ ଅଭିଯୁକ୍ତା ବିଶିଷ୍ଟ ସାମାଜିକ କର୍ମୀ ସୁଧା ଭରଦ୍ବାଜ ମଧ୍ୟ ରହୁଛନ୍ତି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଏକମାତ୍ର କାରାଗାରରେ ପ୍ରାୟ ୨୫୦ ଅନ୍ତେବାସିନୀ ଅଛନ୍ତି। ଏଠାରେ ଇନ୍ଦ୍ରାଣୀଙ୍କର ଦବ୍‌ଦବା ରହିଛି। ଏଠାକୁ ଯେଉଁ ନୂଆ ଅ‌ନ୍ତେବାସୀ ଆସନ୍ତି ତାଙ୍କୁ ସେ ସାକ୍ଷାତ କରିଥାଆନ୍ତି। ମଙ୍ଗଳବାର ଗିରଫ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଖାରଜ ହେବାରୁ ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ରଖାଯାଇଥିଲା।

- Advertisement -

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରକୁ ନେଇ ଏନସିବି ଦ୍ବାରା ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ଗୁରୁବାର ସ୍ବତନ୍ତ୍ର ଅଦାଲତ ଶୁଣାଣି କରିବେ। ମଙ୍ଗଳବାର ରିୟା ଏନସିବି ଦ୍ବାରା ଗିରଫ ହେବା ପରେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ପରେ ରିୟା ଜାମିନ ଆବେଦନ କରିଥିଲେ; ମାତ୍ର ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ରିୟା ଏବେ ବାଇକୁଲା ଜେଲ୍‌ରେ ଅଛନ୍ତି। ସାନି ଜାମିନ ଆବେଦନରେ ରିୟା ଦର୍ଶାଇଛନ୍ତି ଯେ ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହା ସହିତ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆରୋପ କରାଯାଇଛି ତାହା ଜାମିନ ଯୋଗ୍ୟ। ଏନଡିପିସିର ସ୍ବତନ୍ତ୍ର ଅଦାଲତର ବିଚାରପତି ଜିବି ଗୁରାଓଙ୍କ ନିକଟରେ ଜାମିନ ପିଟିସନ ଦାଖଲ କରାଯାଇଛି ବୋଲି ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ କହିଛନ୍ତି। ମାନସିନ୍ଧେ ଅଭିଯୋଗ କରିଛନ୍ତି ଯେ ରିୟାଙ୍କୁ କେବଳ ଏନସିବିର ପୁରୁଷ ଅଫିସରମାନେ ଜେରା କରିଥିଲେ। କୌଣସି ମହିଳା ଅଧିକାରୀ ଉପସ୍ଥିତ ନଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories