www.samajalive.in
Sunday, December 7, 2025
23.1 C
Bhubaneswar

ଡକାୟତି ମାମଲାରେ ଜଡିତ ରହି ଫେରାର ଥିବା ଅଭିଯୁକ୍ତ ଏନ୍‍ବିଡବ୍ଲ୍ୟୁ ବଳରେ ଗିରଫ

ଭଞ୍ଜନଗର: ଏକ ଡକାୟତି ମାମଲରେ ଜଡିତ ରହି ନିଜକୁ ଏକ ଗଣମାଧ୍ୟମର ପ୍ରତିନଧି ପରିଚୟ ଦେଇ ପୁଲିସ୍‍କୁ ଭୁଆଁ ବୁଲାଇ ଆସୁଥିବା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ବୀରେନ୍ଦ୍ର ନାଇକକୁ ପୁଲିସ୍‍ ଗିରଫ କରିଛି। ବୀରେନ୍ଦ୍ର ନାମରେ ବାଲିଗୁଡା କୋର୍ଟର ଜିଆର କେସ୍‍ ନଂ ୩୫/୧୧ରେ ଏକ ଜାମିନ୍‍ ବିହୀନ ଗିରଫ ପରୱାନା ରହିଥିଲା। ସେ ୨୦୧୧ ମସିହାରେ ବାଲିଗୁଡା ଥାନା ଅଞ୍ଚଳରେ ଘଟିଥିବା ଏକ ଡକାୟତି ମମଲାରେ ଜଡିତ ରହି ବାଲିଗୁଡା ପୁଲିସ୍‍ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା। ସେହି ଦିନରୁ ବୀରେନ୍ଦ୍ରକୁ ଗିରଫ କରିବା ପାଇଁ ବାଲିଗୁଡା ପୁଲିସ୍‍ ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ବୀରେନ୍ଦ୍ର ସେଠାରୁ ଖସି ଆସି ଭଂଜନଗର ବ୍ଳକର ଉପାନ୍ତ ଅଞ୍ଚଳରେ ନିଜର ପତିଆର ଜାରି ରଖିଥିଲା।। ତାର ନିଜ ଗ୍ରାମ ତାରସିଂ ଥାନା ଅନ୍ତର୍ଗତ ପଥରାପଲ୍ଲି ହୋଇଥିବା ବେଳେ ନିଜର ଅପରାଧକୁ ଲୁଚାଇବାକୁ ଯାଇ ବାପାଙ୍କ ନାମକୁ ବଦଳାଇ ବ୍ରାହ୍ମଣପଦର ଗ୍ରାମରେ ରହି ଆସୁଥିଲା। ଏହି ଅବସରରେ ସେ ଏକ ୱେବ ଚ୍ୟାନେଲ ‘ଏଥର ସମ୍ଭାଳ’ ଖୋଲି ନିଜକୁ ଗଣମାଧ୍ୟମର ପ୍ରତିନିଧି ଭାବେ ପରିଚୟ ଦେଇ ଘୁରି ବୁଲୁଥିଲା। ତେବେ, ବୀରେନ୍ଦ୍ରର ନିଜ ଘର ତାରସିଂ ଥାନା ଅଞ୍ଚଳ ହୋଇଥିବାରୁ ବାଲିଗୁଡା ମାନ୍ୟବର କୋର୍ଟ ଏହି ଫେରାର ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଜାମିନ୍‍ ବିହୀନ ଗିରଫ ପାରୱାନା ଜାରି କରି ତାରସିଂ ପୁଲିସ୍‍କୁ ନିର୍ଦ୍ଦେଶ ଦେଇଥିଲା। ଫଳରେ ତାରସିଂ ପୁଲିସ୍‍ ଅଭିଯୁକ୍ତ ବୀରେନ୍ଦ୍ରକୁ ଗିରଫ କରି ବାଲିଗୁଡା କୋର୍ଟକୁ ହସ୍ତାନ୍ତରିତ କରିଥିବାର ଜଣାପଡିଛି।

ସୂଚନା ଯୋଗ୍ୟ ଯେ, ବୀରେନ୍ଦ୍ର ଏହି ଥାନା ଅନ୍ତର୍ଗତ ପଥରାପଲ୍ଲି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢି ଉକ୍ତ ଉପାନ୍ତ ଅଞ୍ଚଳର ରାଜନୀତିରେ ଅଂଶ ଗ୍ରହଣ କରି ପଥରାପଲ୍ଲି ଗ୍ରାମ ୱାର୍ଡ ସଭ୍ୟ ମଧ୍ୟ ହୋଇଥିଲା। କିନ୍ତୁ, ବାଲିଗୁଡା ଡକାୟତି ମମାଲରେ ଜଡିତ ରହି ନିଜର ପରିଚୟ ବଦଳାଇ ଦେଇଥିଲା। ନିଜ ବାପାଙ୍କ ନାମ ଉଦୟ ନାଥ ନାଇକ ହୋଇଥିବା ବେଳେ କାଶିନାଥ ନାଇକରେ ପରିବର୍ତ୍ତନ କରିଥିଲା ବୋଲି ତାରସିଂ ପୁଲିସ୍‍ ପ୍ରକାଶ କରିଛି।। ତାରସିଂ ପୁଲିସ୍‍ ବୀରେନ୍ଦ୍ର ବ୍ରହ୍ମଣପଦରରେ ରହୁଥିବାର ଖବର ପାଇ ପଥରାପଲ୍ଲି ଗ୍ରାମ ବିଦ୍ୟାଳୟରୁ ସମସ୍ତ ବିବରଣୀ ସଂଗ୍ରହ କରିବା ପରେ ବୀରେନ୍ଦ୍ରର ପ୍ରକୃତ ରୂପ ଜାଣିବାକୁ ପାଇଥିଲା। ଶେଷରେ ବାଲିଗୁଡା କୋର୍ଟର ଏନ୍‍ବିଡବ୍ଲ୍ୟୁ ବଳରେ ବୀରେନ୍ଦ୍ରକୁ ଗିରଫ କରିଥିବା କଥା ତାରସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି। ତାରସିଂ ପୁଲିସ୍‍ ବୀରେନ୍ଦ୍ରକୁ ବାଲିଗୁଡା କୋର୍ଟକୁ ହସ୍ତାନ୍ତରିତ କରିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories