www.samajalive.in
Saturday, December 6, 2025
26.1 C
Bhubaneswar

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର : ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ ଆଜି କେନ୍ଦୁଝର ଗସ୍ତ କରିଛନ୍ତି। ବନ୍ୟାଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି।
ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାଟଣା ବ୍ଲକର କିଛି ଅଂଚଳ, ସାହାରପଡ଼ା ବ୍ଲକର କିଛି ଅଂଚଳ, ଘସିପୁରା ବ୍ଲକର ବାଟୋ ଓ ସାଳଦେଇ ଗ୍ରାମ ପଂଚାୟତର କିଛି ଅଂଚଳ, ଆନନ୍ଦପୁର ଓ ହାଟଡିହ ବ୍ଲକର ବହୁପଂଚାୟତ ସଂପର୍କରେ ଜିଲ୍ଳା ପ୍ରଶାସନ ସହ ପ୍ରଭାବିତ ଚାଷୀ ଓ ଗରୀବ ଲୋକଙ୍କ ବନ୍ୟା ଦୁର୍ଗତି ଓ ପରିବର୍ତୀ ସାହାର୍ୟ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।
ଦଳରେ ଥିବା ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସହ କେନ୍ଦୁଝର ଜିଲ୍ଳା କଂଗ୍ରେସ ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଳା ଯୁବ କଂଗ୍ରେସ ସଭାପତି ସୋମେସ ଧିର, ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ସଂଗିତା ସିଂହଙ୍କ ସମେତ ଜିଲ୍ଳା କଂଗ୍ରେସ କମିଟିର କର୍ମକର୍ତା ବନ୍ୟାଂଚଳ ପରିଦର୍ଶନ କରିଛନ୍ତି।
ଜିଲ୍ଲା ପ୍ରଶାସନକୁ ଭେଟିଲାପରେ ଜିଲ୍ଳା କଂଗ୍ରେସ କାର୍ୟ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ବାହିନୀପତି କେନ୍ଦୁଝର ଜିଲ୍ଲାର ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ଗରୀବ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦କେଜି ଚାଉଲ ଓ ୫୦୦ ଟଙ୍କା ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ରିଲିଫ୍ ଯୋଗାଣାରେ ଅନିୟମିତା ହେଉଛି ବୋଲି ଅଭିଯୋଗ କରିଥିଲେ ।ଯେଉଁ ଲୋକମାନେ ପାଣିଘେରରେ ରହି ହନ୍ତସନ୍ତ ହେଉଛନ୍ତି ତାଙ୍କୁ ରିଲିଫ ମିଳିନାହିଁ ତାହା ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି ।ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଭାଙ୍ଗିଯାଇଥିବା ଘରଗୁଡ଼ିକ ନିର୍ମାଣ ପାଇଁ ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇଦେବା ଏବଂ ଚାଷୀଙ୍କୁ ଋଣଛାଡ଼ ସହ ରାଜ୍ୟ ସରକାର ଘୋଷଣା କରିଥିବା ଚାଉଲ ଓ ଟଙ୍କା ତୁରନ୍ତ ଦେବା ପାଇଁ ଦାବୀ କରିଥିଲେ ।
ଘସିପୁରା ବ୍ଲକରେ ବୈତରଣୀର ଦକ୍ଷିଣପାଶ୍ୱର୍ରେ ଦୁଇ ଦୁଇଟା ଘାଇ ହୋଇଥିବାରୁ ବନ୍ୟା ପରିସ୍ଥିତି ଉପୁଜିଛି ଯାହାଫଳରେ କି ଲୋକମାନେ ପାଣିଘେରରେ ରହିଥିଲେ ।ସେହିପରି ଖୁସେଇ ନଦୀ ଉପରେ ଏପର୍ୟ୍ୟନ୍ତ ବେଲବାହାଳି ସେତୁର ନିର୍ମାଣ କାର୍ୟ୍ୟ ହୋଇପାରି ନାହିଁ ।ଜିଲ୍ଳା ଖଣିଜ ପ୍ରତିଷ୍ଠାନର (ଡିଷ୍ଟିକ୍ଟ ମିନେରାଲ ଫଣ୍ଡ) ଅର୍ଥ ସେହି ଜିଲ୍ଳାରେ ଖର୍ଚ୍ଚ ନହୋଇ ଅନ୍ୟ ଜିଲ୍ଳାରେ ଖର୍ଚ୍ଚ ହୋଇଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଚିଠା କେବଳ ଦଳର କର୍ମୀ, ନେତା ଓ ସମର୍ଥକଙ୍କୁ ମିଳୁଛି ବୋଲି ଅଭିଯୋଗ ପାଇଲାପରେ ବନ୍ୟା କମିଟି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଜାତୀୟ ରାଜପଥ ୨୦ (୨୧୫) ଅତି କଦର୍ୟ୍ୟ ଅବସ୍ଥାରେ ଥିବାରୁ ସାଧାରଣ ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ଜିଲ୍ଲାପାଳ କ୍ଷୟକ୍ଷତିର ହିସାବ ସରକାରଙ୍କୁ ନଦେଇ ସରକାରୀ ଦଳର ଏଜେଣ୍ଟ ଭଳି କାର୍ୟ୍ୟ କରି ଗରୀବ ଚାଷୀଙ୍କୁ ଠକି ଚାଲିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ। ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ବହୁ ଯୋଜନା ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ଏପର୍ୟ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ ଏହା ଦୁଃଖ ଓ ପରିତାର ବିଷୟ। ସରକାର ଯଦି ସାଧାରଣ ଗରୀବ ଓ ଚାଷୀଙ୍କ କଥା ନବୁଝନ୍ତି ପରବର୍ତୀ ସମୟରେ ବିଧାନସଭା ଭିତରେ ଓ ବାହାରେ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା ଓ ବାହିନୀପତି କହିଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories