www.samajalive.in
Saturday, December 6, 2025
16.1 C
Bhubaneswar

କଳାହାଣ୍ଡି : ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିହତ

ଭବାନୀପାଟଣା : କଳାହାଣ୍ଡି- କନ୍ଧମାଳ ସୀମାରେ ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସର୍କି ଜଙ୍ଗଲରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିଲା। ତେବେ ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା  କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କଳାହାଣ୍ଡି – କନ୍ଧମାଳ ସୀମନ୍ତର ସିବ୍ରା – ଖଣ୍ଡରଙ୍ଗୀ ମଧ୍ୟରେ ଥିବା ସିବ୍ରା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଓ କ୍ୟାମ୍ପ ଥିବା ବିଶେଷ ସୂତ୍ରରୁ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଖବର ପାଇଁ ଗତ ୮ ତାରଖ ସନ୍ଧ୍ୟାରୁ ଉକ୍ତ ଜଙ୍ଗଲ ଅଞ୍ଚଳରେ ଏସଓଜି ଏବଂ ଡିଭିଏଫ୍ ଜବାନ ମିଳିତ ଭାବେ କୁମ୍ବିଂ ଅପରସେନ କରୁଥିଲେ। ଆଜି କୁମ୍ବିଂ ସମୟରେ ହଠାତ୍ ମାଓବାଦୀ ଏବଂ ଏସ୍ଓଜି, ଡିଏଏଫ୍ ଜବାନ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଜବାନଙ୍କ ଗୁଳି ରେ ୪ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିହାତ ହୋଇଥିବା ଏସ୍ ପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି । ଜବାନ ଅତର୍କିତ ଗୁଳିରେ ମାଓବାଦୀ ମାନେ ସମ୍ମୁଖୀନ କରି ନ ପାରି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଉକ୍ତ ଜଙ୍ଗଲର ଚାରି ପାଖକୁ ସିଲି କରି ମିଳିତ ଜବାନ ସର୍ଚ୍ଚ ଅପରେସନ ଜାରି ରହିଛି। ଜବାନ ମାନେ ଫେରିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସପି ଗଙ୍ଗାଧର ପ୍ରକାଶ କରିଛନ୍ତି। ମୃତ ମାଓବାଦୀଙ୍କ ପରିଚଯ ମିଳିପାରିନାହିଁ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories