www.samajalive.in
Saturday, December 6, 2025
19.1 C
Bhubaneswar

ସାରା ବିଶ୍ବ ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହୁ : ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜୁନ୍ ୨୦୨୧ ପୂର୍ବରୁ ଟୀକା ମିଳିବା ସମ୍ଭାବନା କମ୍

ବର୍ତମାନର ଟୀକା ୫୦% ପର୍ଯ୍ୟନ୍ତ ସଫଳତା ପାଇନି

ଜେନେଭା: କରୋନାକୁ ନେଇ ସାରା ବିଶ୍ବ ତ୍ରସ୍ତ ଓ ଆଶଙ୍କା ମଧ୍ୟରେ ଗତି କରୁଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଆଉ ଏକ ଚେତାବନୀ । ସଙ୍ଗଠନର ମହାନିର୍ଦେଶକ ଡ଼. ଟେଡ଼୍ରୋସ ଅଧାନୋମ କହିଛନ୍ତି ଯେ ବିଶ୍ବର ଲୋକମାନେ ଆଉ ଏକ ମହାମାରୀ ପାଇଁ ଏବେଠାରୁ ପ୍ରସ୍ତୁତ ହୁଅନ୍ତୁ । ଏବେଠାରୁ ଦେଶଗୁଡ଼ିକୁ ଆଗାମୀ ମହାମାରୀ ନିମନ୍ତେ ସ୍ବାସ୍ଥ୍ୟ ସେବା ଗବେଷଣା ନିମନ୍ତେ ନିବେଶ କରିବା ଆବଶ୍ୟକ । ନ ହେଲେ କରୋନାଠାରୁ ଆହୁରି ଶକ୍ତିଶାଳୀ ମହାମାରୀ ଆସିପାରେ ।
ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ବିଶ୍ବରେ ୨.୭୧ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ୮.୮୮ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । କିଛି ଦେଶର ଏହା ଭୟାବହ ସ୍ଥିତି ଆଡ଼କୁ ଗତି କରୁଛି । ଯାହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ଲାଗୁଛି ।  ଇତିହାସକୁ ଲେଉଟାଇଲେ ଏହି ମହାମାରୀ ବିଶ୍ବର ଶେଷ ମହାମାରୀ ହେବ ବୋଲି କୁହାଯାଇ ପାରିବ ନାହିଁ । ଏହା ହେଉଛି ଜୀବନର ବାସ୍ତବିକତା । ଏହା ମଧ୍ୟ ଶେଷ ହେବାର ସମ୍ଭାବନା ନାହିଁ । ତେବେ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ଦରକାର ।

ଜୁନ୍ ୨୦୨୧ ପୂର୍ବରୁ ମିଳିବ ନାହିଁ ଟୀକା? 

ଅନ୍ୟପକ୍ଷରେ ଜୁନ୍ ୨୦୨୧ ପୂର୍ବରୁ କରୋନା ଟୀକା ମିଳିବା ସମ୍ଭାବନା କମ୍ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖପାତ୍ର ଡ଼. ମାର୍ଗାରେଟ ହ୍ୟାରିସ । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ବିଶ୍ବରେ ଟୀକାର ପରୀକ୍ଷଣ ପର୍ଯ୍ୟାୟ ଶେଷ ହୋଇନାହିଁ । କିଛି ଦେଶରେ କିଛି ଟୀକା ଅଗ୍ରଣୀ ସ୍ଥିତିରେ ରହିଛି । ମାତ୍ର ଏହାମଧ୍ୟରୁ କୌଣସି ଗୋଟିଏ ବି ଟୀକା କରୋନା ନିୟନ୍ତ୍ରଣ କ୍ଷେତ୍ରରେ ୫୦% ପର୍ଯ୍ୟନ୍ତ ସଫଳ ହେବାର ପ୍ରମାଣ ମିଳିନାହିଁ । କରୋନା ମହାମାରୀ କ୍ଷଣରେ କୌଣସି ଟୀକା ଉପରେ ଭରସା କରାଯାଇପାରେ, କିନ୍ତୁ ଏହା ଅନ୍ତତଃପକ୍ଷେ ୫୦% ପ୍ରଭାବଶାଳୀ ହେବା ଆବଶ୍ୟକ । ପ୍ରତ୍ୟେକ ଟୀକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାପରେ ଏହାର ପ୍ରଭାବ ନେଇ ଆକଳନ କରାଯାଇପାରେ । ଲକ୍ଷଲକ୍ଷ ଲୋକଙ୍କୁ ଟୀକା ପରୀକ୍ଷଣ ନିମନ୍ତେ ଦିଆଯାଇଛି । ମାତ୍ର ସେଥିରୁ ଏହା କେତେ ପ୍ରଭାଶାଳୀ ତାହା ପ୍ରମାଣିତ ହେବା ପାଇଁ ସମୟ ଆବଶ୍ୟକ ବୋଲି ଡ଼. ହ୍ୟାରିସ କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories