www.samajalive.in
Monday, December 15, 2025
26.1 C
Bhubaneswar

ରିୟା ଚକ୍ରବର୍ତ୍ତୀ ଗିରଫ

 

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ  ଗିରଫ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ଗିରଫ କରିଛି। ୩ଦିନ ଜେରା ପରେ ଆଜି ଗିରଫ ହୋଇଛନ୍ତି ରିୟା। ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ ସୁଶାନ୍ତଙ୍କ ବାନ୍ଧବୀ  ରିୟା ଚକ୍ରବର୍ତ୍ତୀ।

- Advertisement -

ସୂଚନା ଅନୁୁଯାୟୀ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ  କାରବାର ସଂପର୍କକୁ ନେଇ ତନାଘନା ଚଳାଇଥିଲା। ରବିବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ପରେ ରିୟାଙ୍କୁ ଏନସିବି ପକ୍ଷରୁ ପଚରାଉଚରା କରାଯାଇଥିଲା।

ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଗରିଫ କରାଯାଇଛି। ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରୋଇ ପରିଚାଳକ ସାମୁଏଲ ମିରାଣ୍ଡା ଏବଂ ସୁରକ୍ଷାକର୍ମୀ ଦୀପେଶ ସାୱନ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା।

ବଲିଉଡ ପାର୍ଟିରେ ନିଶାକାରବାର  ନେଇ ଜେରା ବେଳେ ରିୟା ଚକ୍ରବର୍ତ୍ତି ସୂଚନା ଦେଇଥିଲେ ଏବଂ ତାଙ୍କ ସୂଚନାକୁ ଆଧାର କରି ଡ୍ରଗ୍ସ ଲିଙ୍କ କାରବାରରେ ଏନ୍‌ସିବି ପକ୍ଷରୁ ୨୫ ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ ବୋଲି ଜଣାପଡ଼ିଛି। ଏହାସହିତ ସୁଶାନ୍ତଙ୍କ ସାଥୀ କଳାକାରମାନଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ କାରବାରରେ ସମନ କରାଯିବ  ବୋଲି ଏନ୍‌ସିବି ସୂତ୍ରରୁ ସୂଚନା ମିଳିଛି।

ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା କରିଥିଲା ଏନ୍‌ସିବି। ଏହାପରେ ଡ୍ରଗ୍ସ ଲିଙ୍କ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ  ଗିରଫ କରିଛି।

ରିୟାଙ୍କୁ ଗିରଫ ପରେ ଟ୍ବିଟ୍‌ କରି ପ୍ରତିକ୍ରିୟା ଦେଲେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ। ଆମ ସହ ଭଗବାନ ଅଛନ୍ତି କହିଲେ ଶ୍ବେତା।

 

 

 

 

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories