ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବାଂଲାଦେଶ ପାର୍ଲାମେଣ୍ଟରେ ଗତକାଲି ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ବାଚସ୍ପତି ସିରିନ୍ ସରମିନ୍ ଚୌଧୁରୀ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ମୁଖାର୍ଜୀଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଭାବେ ବର୍ଣ୍ଣନା କରିବା ସହ ବାଂଲାଦେଶ ସର୍ବଦା ଏହି ନେତାଙ୍କୁ ମନେ ରଖିବ ବୋଲି ଶୋକ ପ୍ରସ୍ତାବରେ କୁହାଯାଇଛି। ଶ୍ରୀ ମୁଖାର୍ଜୀ ଉଭୟ ଭାରତ ଓ ବାଂଲାଦେଶ ଜନସାଧାରଣଙ୍କର ଜଣେ ଶୁଭାକାଂକ୍ଷି ଥିଲେ ବୋଲି କୁହାଯାଇଛି।
ପୂର୍ବରୁ ଏହି ଦିବଙ୍ଗତ ନେତାଙ୍କ ପରଲୋକରେ ବାଂଲାଦେଶରେ ଗୋଟିଏ ଦିନ ପାଇଁ ଜାତୀୟ ଶୋକ ପାଳନ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଭବିଷ୍ୟତ ପିଢ଼ିର ନେତାମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇବେ ବୋଲି କହିଛନ୍ତି।



