ଚୋରି କରିବା ପରେ ନିଜେ ଚୋର ଫେରସ୍ତ କଲା ମୋବାଇଲ ; ଜାଣନ୍ତୁ କାରଣ

ଅନେକ ଥର ଚୋରିର ଏପରି ଘଟଣା ସାମ୍ନାକୁ ଆସିଥାଏ, ଯାହା ସଭିଁଙ୍କ ପାଇଁ ଏକ ମଜାଳିଆ ଘଟଣା ପାଲଟି ଯାଏ। ଏଭଳି ଏକ ଘଟଣା ପଶ୍ଚିମବଙ୍ଗରରେ ଘଟିଥିବା ଜଣାପଡ଼ିଛି। ଘଟଣା କ୍ରମେ ଏଠାରେ ଏକ ଚୋର ପ୍ରାୟ ୪୫ ହଜାର ଟଙ୍କା ମୂଲ୍ୟର ଏକ ମୋବାଇଲ ଫୋନ ଚୋରି କରି ନେଇଥିଲା। ଯେତେବେଳେ ସେ ତାହା ବ୍ୟବହାର କରିବାକୁ ସକ୍ଷମ ହେଲା ନାହିଁ ଅର୍ଥାତ ସେହି ମୋବାଇଲ ଫୋନଟିକୁ ସେ ଚଲାଇପାରିନାହିଁ। ଯାଦ୍ୱାରା ସେ ପୁନଃ ମୋବାଇଲ ଫୋନର ପ୍ରକୃତ ମାଲିକକୁ ଫୋନ କରି ତାହା ଫେରାଇଦେଲା।
ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାର। ପୁଲିସ ସୂଚନା ଅନୁଯାୟୀ, ସେପ୍ଟେବର ୪ରେ ବର୍ଦ୍ଧମାନର ପୂର୍ବ ଜିଲା ଜମାଲପୁରରେ ସ୍ଥିତ ଏକ ମିଠା ଦୋକାନରେ ଜଣେ ବ୍ୟକ୍ତି ପ୍ରାୟ ୪୫ ହଜାର ଟଙ୍କିଆ ଫୋନ ଛାଡ଼ି ଦେଇ ଆସିଥିଲେ। ମାତ୍ର ଦୋକାନରୁ ଜଣେ ୨୨ ବର୍ଷିୟ ବ୍ୟକ୍ତି ସେହି ଫୋନଟିକୁ ଚୋରାଇ ନେଇଥିଲେ। ଏହାପରେ ଫୋନର ପ୍ରକୃତ ମାଲିକା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ବ୍ୟକ୍ତି ଜଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଯେତେପବେଳେ ତାଙ୍କ ଫୋନକୁ ଚୋର ଫେରାଇ ଦେଲା କାରଣ ତା’କୁ ସେହି ଫୋନକୁ ବ୍ୟବହାର କରିବା ଆସିଲା ନାହିଁ।
ସୂଚନା ଅନୁଯାୟୀ ରବିବାର ଦିନ ନିଜ ମୋବାଇଲକୁ ଫୋନ କରିବା ପରେ ଚୋର ଜଣଙ୍କ ଫୋନ ଉଠାଇ କହିଥିଲା, ସେ ଫୋନକୁ ଫେରାଇବାକୁ ଚାହୁଁଛି। କାରଣ ସେ ତା’କୁ ବ୍ୟବହାର କରିପାରୁ ନାହିଁ। ଫୋନର ମାଲିକ ପୁଲିସର ଉପସ୍ଥିତିରେ ଚୋର ନିକଟରୁ ଫୋନ ଆଣିବା ସହ ଅନୁରୋଧ ପରେ ଚୋର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

Comments are closed.