ଭୁବନେଶ୍ୱର: ଭୁବନେଶ୍ୱରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକରୁ ମଙ୍ଗଳବାର ଦିନ ଦ୍ବିପ୍ରହରେ ଜଣେ ମହିଳାଙ୍କଠୁ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମହିଳା ଜଣଙ୍କ ପାହାଳର ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ସ୍କୁଟି ରଖ ମହିଳା ଜଣଙ୍କ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ଏକ ବାଇକରେ ପଛରୁ ଆସି ଟଙ୍କା ବ୍ୟଗ ଧରି ପଳାଇଥିବା ଜଣାପଡ଼ିଛି।



