www.samajalive.in
Wednesday, December 10, 2025
26.1 C
Bhubaneswar

ବିଦ୍ୟାଳୟ ଶିକ୍ଷା ଶେଷ ହୁଏ କିନ୍ତୁ ଶିଖିବା ପ୍ରକ୍ରିୟା ଜାରି ରହେ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯଦିଓ ଆମର ବିଦ୍ୟାଳୟ ଶିକ୍ଷା ସମାପ୍ତ ହୁଏ କିନ୍ତୁ ଆମର ଶିକ୍ଷଣ ପ୍ରକ୍ରିୟା ଯୁଗ ଯୁଗ ଧରି ଚାଲିଥାଏ ଏବଂ ପ୍ରତ୍ୟେକ ଦିନ ଜାରି ରହିଥାଏ, ଯେଉଁଥିରେ ପୁସ୍ତକ ଏବଂ ଲେଖକମାନଙ୍କ ଏକ ପ୍ରମୁଖ ଭୂମିକା ରହିଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରରେ ପତ୍ରିକା ଗେଟକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀଙ୍କ କହିଛନ୍ତି, ଯେ କୌଣସି ସମାଜରେ ଲେଖକମାନେ ହେଉଛନ୍ତି ମାର୍ଗଦର୍ଶକ, ସମାଜର ଶିକ୍ଷକ ଭଳି। ବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଛି, କିନ୍ତୁ ଆମର ଶିକ୍ଷଣ ପ୍ରକ୍ରିୟା ଯୁଗ ଯୁଗ ଧରି ଜାରି ରହିଛି। ଏ କ୍ଷେତ୍ରରେ ପୁସ୍ତକ ଏବଂ ଲେଖକମାନେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଜୟପୁରର ଜବାହରଲାଲ ମାର୍ଗରେ ଏହି ଆଇକନିକ୍‍ ଗେଟ୍‍କୁ ପତ୍ରିକା ଖବରକାଗଜ ଦଳ ପକ୍ଷରୁ ତିଆରି କରାଯାଇଛି। ଏହି ଅବସରରେ ପତ୍ରିକା ଗୋଷ୍ଠୀର ଅଧ୍ୟକ୍ଷକଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ରାଜ୍ୟପାଳ କଲରାଜ ମିଶ୍ର ଏବଂ ପତ୍ରିକା ଗ୍ରୁପର ଅଧ୍ୟକ୍ଷ ଗୁଲାବ କୋଠରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ଦେଶରେ ଲେଖା ଭାରତୀୟତା ଏବଂ ଜାତୀୟତା ସହିତ କ୍ରମାଗତ ଭାବରେ ବିକଶିତ ହୋଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରାୟ ପ୍ରତ୍ୟେକ ଜଣାଶୁଣା ବ୍ୟକ୍ତି ଲେଖୁଥିଲେ ଏବଂ ଆମର ମହାନ ସାଧୁ ଓ ବୈଜ୍ଞାନିକ ମଧ୍ୟ ଲେଖକ ଅଟନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories