www.samajalive.in
Saturday, December 6, 2025
23.1 C
Bhubaneswar

ଅଏଁଲାସାରୀ ଜାତିଆଣ ବିବାଦ ଘଟଣା, ଜିଲାପାଳ ଅଫିସ ସମ୍ମୁଖରେ ଦଳିତ ମହିଳାଙ୍କ ଧାରଣା

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ଏକ ହତ୍ୟା ମାମଲାକୁ ନେଇ ଦେଖାଦେଇଥିବା ଜାତିଆଣ ବିବାଦକୁ ନେଇ ସୋମବାର ଦଳିତ ସଂଘ ପକ୍ଷରୁ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଥମେ ହତ୍ୟା ଘଟଣା ଓ ପରେ ଏହାକୁ ନେଇ ହୋଇଥିବା ଜାତିଆଣ ଗୋଷ୍ଠୀ ବିବାଦ ମାମଲାରେ ପୁଲିସ ସବର୍ଣ୍ଣ ଗୋଷ୍ଠୀର ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ନେଇ ଦଳିତ ସଂଘ ପକ୍ଷରୁ ଅଭିଯୋଗ ହୋଇଆସୁଛି। ଗତ କିଛି ଦିନ ତଳେ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଏହାର କୌଣସି ସୁଫଳ ମିଲିନଥିବାରୁ ସୋମବାର ଗାଁର ମହିଳାମାନେ ବଲାଙ୍ଗିର ଜିଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।
ସୂଚନା ଅନୁସାରେ ଗତ କିଛି ଦିନ ତଲେ ଅଏଁଲାସାରୀ ଗାଁରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଦଳିତ ସଂପ୍ରଦାୟର କିଛି ଲୋକ ଗାଁର ଜଣେ ସାଧାରଣ ବର୍ଗର ଯୁବକ କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଅଏଁଲାସାରୀ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଗାଁର ଦୁଇ ବଡ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଥା ଜାତିଆଣ ବିବାଦ ପର୍ଯ୍ୟନ୍ତ ଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାକୁ ଦଳିତ ମାନେ ବିରୋଧ କରିଥିଲେ। ହତ୍ୟା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ନିର୍ଦ୍ଦୋଷ ବୋଲି ପରିବାର ଲୋକ ଦାବି କରିଥିଲେ।
ଅନ୍ୟପକ୍ଷରେ ଏହି ହତ୍ୟା ମାମଲା ହେବା ପରେ ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ଗୋଷ୍ଠୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦଳିତଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ ଏହି ହତ୍ୟା ମାମଲାରେ ଜୋରଜବରଦସ୍ତି ଟଣାଯାଉଥିବା ବେଳେ ବାରମ୍ବାର ସେମାନଙ୍କୁ ଜାତିଆଣ ମନୋଭାବ ନେଇ ନିର୍ଯାତନା ଦିଆଯାଉଛି।
ଘଟଣା ଦିନ ଗାଁରେ ଦଳିତ ମହିଳାମାନଙ୍କୁ ଅସବର୍ଣ୍ଣ ଗୋଷ୍ଠୀ ଆକ୍ରମଣ କରିବା ସହିତ ସେମାନଙ୍କୁ ଅଶ୍ଲିଳଭାଷାରେ ଗାଳିଗୁଳଜ କରିଥିଲେ। ଏପରିକି ସେମାନଙ୍କୁ ଘରକୁ ର୍ଭାଙ୍ଗିଦେଇଥିବା ବେଳେ ଏହି ଘଟଣାରେ ୪୫ ଜଣ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟର ପୁଲିସ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିନଥିବା ଦଳିତ ସଂଘ ପକ୍ଷରୁ କୁହାଯାଇଛି ଅଥଚ ସେମାନଙ୍କ ସଂପ୍ରଦାୟର ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିସାରିଛି। ଏମିତିରେ ପୁଲିସ ଉଭୟ ମାମଲାରେ ଟାଲଟୁଲ ନୀତି ଅବଲମ୍ବନ କରୁଛି। ଗିରଫ ହୋଇନଥିବା ଅଭିଯୁକ୍ତ ମାନେ ବର୍ତ୍ତମାନ ସେହି ଦଳିତ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ଧମକ ଦେବା ଆରମ୍ଭ କରିଛନ୍ତି ବୋଲି ସୋମବାର ଦଳିତ ମହିଲା ମାନେ ଅଭିଯୋଗ କରିଛନ୍ତି । ପୁଲିସର ଏହିଭଳି ମନୋଭାବକୁ ବିରୋଧ କରି ସୋମବାର ଅଏଁଲାସାରୀ ଗାଁର ବହୁ ମହିଲା ଆସି ଜିଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଟାଉନ ପୁଲିସ ଏହାକୁ ବାରଣ କରିଥିଲା। ପରେ ମହିଳାମାନେ ଆସି ଖରାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏଯାଏଁ ଗାଁ ସ୍ୱାଭାବିକ ହୋଇନାହିଁ। ତେଣୁ ଜିଲା ପ୍ରଶାସନ ପକ୍ଷରୁ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories