www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

ଭୁବନେଶ୍ୱର: ଇଂରେଜ ବିରୋଧୀ ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି। ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ନିଖିଳ ଓଡ଼ିଶା ପାଇକ ମହାସଂଘ। ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳର ଲୋ​‌େ​‌କ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। ବର୍ଷା ଛାଡ଼ିବା ପରେ ସେମାନେ ପାଣିଘେରରେ ଭୋକ ଉପାସ, ଛାତ ଉପରେ, ବନ୍ଧ ଉପରେ, ଖରା, କାକର, ବର୍ଷା ଭିତରେ ପଡ଼ି ରହିଥିଲେ। ଦେକନ୍ଧା, ଶିମିଳି ପାଟଣା, ଘରଛିଆ, ମାଟିଆ ପଡ଼ା ଆଦି ପାଣିଘେରରେ ରହିଥିବା ଗ୍ରାମବାସୀଙ୍କ ନିକଟରେ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ ପାଲଟାସିଂହ ନେତୃତ୍ୱରେ ପାଇକମାନେ ରିଲିଫ୍ ବଣ୍ଟନ କରିଥିଲେ। ଡ଼ଙ୍ଗା ସାହାଯ୍ୟରେ ପ୍ରତ୍ୟେକ ଅଞ୍ଚଳକୁ ଯାଇ ସେଠାରେ ଶୁଖିଲା ଖାଦ୍ୟ, ଦିଆସିଲି, ମଶାତେଲ, ଧୂପ, ପାଉରୁଟି, ବିସ୍କୁଟ୍, ଫଳରସ ପ୍ୟାକେଟ୍, ପାଣି ବଟଲ୍, ମସଲା ବଟା ପ୍ୟାକେଟ୍ ଆଦି ସେମାନେ ଲୋକଙ୍କୁ ବଣ୍ଟନ କରିଥିଲେ। ପ୍ଲାନେଟ୍ଡ଼େ ଭଲପ୍ମେଣ୍ଟ ଫାଉଣ୍ଡେସନ୍ର ସମ୍ପାଦକ ସତ୍ୟଜିତ୍ ମହାନ୍ତି, ଅଧିବକ୍ତା ବେହେରା ଭବାନୀ ଶଙ୍କର ନାୟକ, ଯୁବ ସାମ୍ବାଦିକ ରାଜୀବ ନୟନ ରଥ ପ୍ରମୁଖ ଏଥିରେ ସହାୟତା କରିଥିଲେ।


ରାଜ୍ୟ ସଭାପତି ଅଶୋକ ପାଲ୍‌ଟାସିଂ କହିଛନ୍ତି ଯେ ଦୁଃଖ ଏବଂ ପରିତାପର ବିଷୟ କରୋନା ମହାମାରୀ ସମୟରେ କରାଳ ବନ୍ୟା ଏହି ଅଞ୍ଚଳରେ ଜନସାଧାରଣଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି। ପରିବା ଚାଷିଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଛି। ତେଣୁ ଏହି ଅଞ୍ଚଳରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ପାଇକ ମହାସଂଘ ଦାବି କରୁଛି।
ଖୋର୍ଦ୍ଧା ଜିଲ୍ଲା ପାଇକ ମହାସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଏହି ଅଞ୍ଚଳର ଦଳବେହେରା ନିରଞ୍ଜନ ପଶ୍ଚିମ କବାଟ, ମନୋରଞ୍ଜନ ପଶ୍ଚିମ କବାଟ, ପାଇକ ବିଶାରଦ କେଦାର ଦାସ, ରାଜ୍ୟ ଉପଦେଷ୍ଟା ବିଭୁତି ସ୍ୱାଇଁ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିଆରସିଂହ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ସମ୍ପାଦକ ବିଜୟ ବେହେରା, ସମାଜସେବୀ ସମରଞ୍ଜନ ମହାନ୍ତି, ପ୍ରଭାକର ପାଲଟାସିଂହ, ପ୍ରଦୀପ୍ତ ମାନସିଂହ, ବିନୋଦ ମାଝି ପ୍ରଭୁଖ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସଂକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories