www.samajalive.in
Friday, December 5, 2025
20.1 C
Bhubaneswar

କନ୍ଧମାଳ: ପୁଣି ୨ଟି ଥାନା ଅଞ୍ଚଳରେ ଗଞ୍ଜେଇ ଜବତ, କାର୍‍ ସହ ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲାରେ ଆଜି ୨ଟି ଥାନା ଅଞ୍ଚଳରୁ ପୁଲିସ୍‍ ଜବତ କରିଛି ଗଞ୍ଜେଇ। ୨ଟି ଘଟଣାରେ ମୋଟ ୫ ଜଣକୁ ଗିରଫ କରିଥିବା ବେଳେ ୧୬୪ କେଜି ଗଜେଇ ଜବତ କରିବା ସହିତ ଗୋଟିଏ କାର୍‍ ମଧ୍ୟ ଜବତ କରିଛି।

ସୂଚନା ପ୍ରକାରେ, ଫିରିଙ୍ଗିଆ ଥାନା ପୁଲିସ ଏକ ମାରୁତୀ ସିଆଜ କାରରେ ଜିଲ୍ଲାର ବାଲିଗୁଡା ପଟରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବାବେଳେ ଫିରିଙ୍ଗିଆ ମଣିପଦର ଛକଠାରେ ରବିବାର ସକାଳ ପ୍ରାୟ ୧୧ଟାରେ କାରଟିକୁ ତଲାସି ନେବାପରେ ସେଥିରୁ ୬୪ କିଗ୍ରା ଗଞ୍ଜେଇ ସମେତ କାରକୁ ଜବତ କରିଛି। ସେଠାରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫମାନେ ହେଲେ ଫୁଲବାଣୀ ସଦରଥାନା ଅଂଚଳର ସାନାଗୁଡା ଗ୍ରାମର ରାକେଶ ଦିଗାଲଲ(୨୪), ଦୀନେଶ କୁମାର ଦିଗାଲ (୨୨), ରବିଲା ଦିଗାଲ(୩୦) ଓ ଉଦୟଗିରି ଅଂଚଳର ଏଲିମ ହେବୁବ୍‍ ସମେତ ୪ ଜଣଙ୍କୁ ଗିରଫ କରି ଏକ ମାମଲା ୭୫/୨୦୨୦ ରୁଜ୍ଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ସେମାନେ ଏହି ଗଞ୍ଜେଇକୁ ଭୁବନେଶ୍ୱର ଚାଲାଣ କରୁଥିବା ପୁଲିସ ଆଗରେ କହିଥିବା ଜଣାପଡିଛି।

- Advertisement -

ସେହିଭଳି ବାଲିଗୁଡା ପୁଲିସ ଦ୍ୱାରା ଜଣେ ଗଂଜେଇ ମାଫିଆ ଗିରଫ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ବାଲିଗୁଡା ଥାନା ଅର୍ନ୍ତତ ନାଡାପାଟାଙ୍ଗ ଠାରେ ଜଣେ ଗଂଜେଇ ମାଫିଆ ୧୦୦ କେଜି ଗଂଜେଇ ବସ୍ତାରେ ଭର୍ତି କରି କୌଣସି ଏକ ଯାତ୍ରୀ ବାହି ବସକୁ ଅପେକ୍ଷା କରିତିଲା। କୌଣସି ପ୍ରକାର ଖବର ପାଇଁ ପୋଲିସ ସେହିସ୍ଥାନରେ ପହଞ୍ଚି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ଜଣକ ବାଲିଗୁଡାର ଚିତ୍ରସେନ ନାୟକ। ବାଲିଗୁଡା ଥାନାର ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଗଂଜେଇ ସହ ଚି୍‍ରସେନକୁ ଗିରଫ କରି କେଶ ନମ୍ବର ୧୬୩ା୨୦ରେ ମାମଲା ରୁଜୁ କରି କୋଭିଡ-୧୯ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲଣ କରିଥିବା ବେଳେ ଉକ୍ତ ଘଟଣାକୁ ଅଧିକ ତଦନ୍ତ କରୁଛନ୍ତି ଏସଆଇ ଦୀପକ ରାଉତ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories