www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଆ ପୁଅ ସଙ୍କେତ ରାୟ କୋକାକୋଲାର ନୂଆ ଭାରତ ମୁଖ୍ୟ

ନୂଆଦିଲ୍ଲୀ : ଓଡ଼ିଆ ପୁଅ ସଙ୍କେତ ରାୟ ହୋଇଛନ୍ତି କୋକାକୋଲା ଇଣ୍ଡିଆର ନୂଆ ଭାରତ ମୁଖ୍ୟ । ଭୁବନେଶ୍ବର ବରମୁଣ୍ଡା ହାଉସିଂ ​ବୋର୍ଡ଼ କଲୋନୀ ନିବାସୀ ସଙ୍କେତ ବିଶ୍ବର ଏହି ଏକ ନମ୍ବର ମୃଦୁ ପାନୀୟ କମ୍ପାନୀର ଭାରତ ପାଇଁ ଶୀର୍ଷ ପଦବୀ ଗ୍ରହଣ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । ବିଶ୍ବ ବ୍ୟାପୀ କମ୍ପାନୀ ପକ୍ଷରୁ କରାଯାଉଥିବା ଅଦଳବଦଳ ପ୍ରକ୍ରିୟାରେ ସଙ୍କେତଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଛି କୋକାକୋଲା । ବର୍ତ୍ତମାନ ସେ କୋକାକୋଲା ପାଇଁ ମେନ୍‌ ଲ୍ୟାଣ୍ଡ୍ ଚାଇନାର ଚିଫ୍ ଅପରେଟିଂ ଅଫିସର (ସିଓଓ) ରହିଛନ୍ତି । ଯାଜପୁରର ମୂଳବାସିନ୍ଦା ୪୬ ବର୍ଷୀୟ ସଙ୍କେତଙ୍କ ପିତା ତଥା ବରିଷ୍ଠ ବୈଜ୍ଞାନିକ ଡ. ଏସ୍‌.କେ. ରାୟ ହେଉଛନ୍ତି ଓୟୁଏଟିର ପୂର୍ବତନ ଡିନ୍‌ ।  ସେସୁର ପୂର୍ବତନ ଏ ସିଇଓ ଏବଂ ଭୁବନେଶ୍ବର ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଦେବରାଜ ବିଶ୍ବାଳଙ୍କ ଜାମାତା । ସେ କୃଷ୍ଣକୁମାରଙ୍କ ସ୍ଥାନରେ ଏହି ପଦରେ ନିଯୁକ୍ତି ପାଇଛନ୍ତି ।ଭୁବନେଶ୍ବରସ୍ଥିତ ଡିଏମ୍‌ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରି ବିଜେବି କଲେଜରୁ ଯୁକ୍ତ ଦୁଇ ପରେ ସଙ୍କେତ ଭୋପାଳ ଏନ୍‌ଆଇଟିରୁ ମେକାନିକାଲ ଇଞ୍ଜିନିୟରିଂ ଶେଷ କରି ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଭୁବନେଶ୍ବର(ଏକ୍ସଆଇଏମ୍‌ବି)ରୁ ଏମବିଏ କରିଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories