www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଥମ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌ର ବୁକିଂ ବିମାନ ଟିକଟ ଅର୍ଥ ସମ୍ପୂର୍ଣ୍ଣ ମିଳିବ, ୧୫ ଦିନରେ ହେବ ଫେରସ୍ତ :ଡିଜିସିଏ

ନୂଆଦିଲ୍ଲୀ :କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଥିବା ପ୍ରଥମ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅର୍ଥାତ୍‌ ମାର୍ଚ୍ଚ ୨୫ରୁ ମେ’ ୩ ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କରାଯାଇଥିବା ଟିକଟ ଅର୍ଥ ବିମାନ କମ୍ପାନୀଗୁଡିକ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରି​‌େ​‌ବ ା ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିବା ଏକ ସତ୍ୟପାଠରେ କହିଛନ୍ତି। ଯାତ୍ରୀଙ୍କୁ ଏହି ଅର୍ଥ ୧୫ ଦିନ ମଧ୍ୟରେ ଫେରସ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଏମ୍‌ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଛି। ଯଦି ଦ୍ବିତୀୟ ଲକ୍‌ଡାଉନ୍‌ ସମୟରେ ମାର୍ଚ୍ଚ ୨୫ରୁ ମେ’ ୩ ମଧ୍ୟରେ ଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଟିକଟ ବୁକିଂ କରାଯାଇଥାଏ, ଏଭଳି ସ୍ଥଳେ ଯାତ୍ରୀଙ୍କୁ ତୁରନ୍ତ ଟିକଟ ଅର୍ଥ ​ଫେରସ୍ତ କରାଯିବ ​ବୋଲି ଡିଜିସିଏ କହିଛି।

 

- Advertisement -

ଏହାଛଡା ଯଦି ବିମାନ କମ୍ପାନୀ ଏହାର ଆର୍ଥିକ ଦୁଃସ୍ଥିତି ପାଇଁ ଅର୍ଥ ଫେରସ୍ତ କରି ନ ପାରନ୍ତି ସେ କ୍ଷେତ୍ରରେ କମ୍ପାନୀ ଯାତ୍ରୀଙ୍କୁ ଟିକଟ ଅର୍ଥ ସମାନ ମୂଲ୍ୟର ଏକ କ୍ରେଡିଟ୍‌ ସେଲ୍‌ ଦେବେ।  ଏହି ଅର୍ଥକୁ କମ୍ପାନୀ ଟିକଟ ବୁକିଂ କରାଯାଇଥିବା ଯାତ୍ରୀଙ୍କ ନାମରେ ଘରୋଇ ଯାତ୍ରା ପାଇଁ କିମ୍ବା ଏଜେଣ୍ଟଙ୍କ ଜରିଆରେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ମଧ୍ୟ ଫେରସ୍ତ କରିପାରିବେ। ତେବେ ଏହି କ୍ରେଡିଟ୍‌ ​ସେଲ୍‌କୁ ଯାତ୍ରୀ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ନିଜ ଇଚ୍ଛା ମୁତାବକ ଯେ କୌଣସି ରୁଟ୍‌ରେ ବିମାନ ଯାତ୍ରା ପାଇଁ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ କ୍ରେଡିଟ୍‌ ​‌େ​‌ସଲ୍‌ଠାରୁ ଅଧିକ ମୂଲ୍ୟର ବିମାନ ଟିକଟ ପାଇଁ ଯାତ୍ରୀଙ୍କୁ ଆଉ ଅଧିକ ଅର୍ଥ ପଇଠ କରିବାକୁ ହେବ। ଏହାଠାରୁ କମ୍‌ ମୂଲ୍ୟରେ ବିମାନ ଟିକସ ପାଇଁ ଯାତ୍ରୀ ଅବଶିଷ୍ଟ ରାଶି ଫେରସ୍ତ ପାଇପାରିବେ ା କ୍ରେଡିଟ୍‌ ​‌େ​‌ସଲ୍‌ ସୁବିଧାକୁ ବିଳମ୍ବରେ ଉପଯୋଗ କଲେ ଯାତ୍ରୀଙ୍କ ପାଇଁ ଏକ ପ୍ରୋତ୍ସାହନ ବ୍ୟବସ୍ଥା ଏଥିରେ ରହିଛି ା ବିମାନ କମ୍ପାନୀ ଏବଂ ଯାତ୍ରୀ ଓ ଅନ୍ୟ ଅଂଶୀଦାରଙ୍କ ସହ ପ୍ରସଙ୍ଗ ଉପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଡିଜିସିଏ କହିଛି। ସୂଚନାଯୋଗ୍ୟ, ଏହି ପ୍ରସଙ୍ଗ ଉପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରବାସୀ ଲିଗାଲ ସେଲ୍‌’ ପକ୍ଷରୁ ସୁପ୍ରିମକେ‌ାର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories