www.samajalive.in
Saturday, December 13, 2025
14.1 C
Bhubaneswar

ସୁଶାନ୍ତ ମୃତ୍ୟୁ ମାମଲା : ରିୟାଙ୍କୁ ପଚରାଉଚରା କରୁଛି ଏନସିବି

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ  କାରବାର ସଂପର୍କକୁ ନେଇ ତନାଘନା ଚଳାଇଛି।

ରବିବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ସମନ କରିଥିଲା। ପରେ ରିୟା ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏବେ ଏନସିବି ପକ୍ଷରୁ ରିୟାଙ୍କୁ ପଚରାଉଚରା କରାଯାଉଛି। ଏନସିବିର ୪ ଜଣ ଅଧିକାରୀ ରିୟାଙ୍କୁ ଡ୍ରଗ୍ସ  କାରବାର ସଂପର୍କରେ ପ୍ରଶ୍ନ ପଚାରୁଛନ୍ତି। ଦେଢ ଘଶ୍ଟାରୁ ଅଧିକ ସମୟ ଧରି ରିୟାଙ୍କୁ ଜେରା କରାଯାଉଛି।

- Advertisement -

ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରେଇ ପରିଚାଳକ ସାମୁଏଲ ମିରାଣ୍ଡା ଏବଂ ସୁରକ୍ଷାକର୍ମୀ ଦୀପେଶ ସାୱନ୍ତଙ୍କୁ ଏକାଠି ଜେରା କରାଯିବାର ସମ୍ଭାବନା ରହିଛି। ଆବଶ୍ୟକ ପଡିଲେ ସେମାନଙ୍କୁ  ମୁହାଁମୁହିଁ ଜେରା କରାଯିବ ବୋଲି ଜଣା ପଡିଛି।

ସୁଶାନ୍ତ ମୃତ୍ୟୁ ଘଟଣାରେ ଡ୍ରଗ୍ ମାମଲା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମ୍ପୂର୍ଣ୍ଣ ସକ୍ରିୟତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘର ପରିଚାଳକ ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଶନିବାର ଏନସିବି ସେମାନଙ୍କୁ ହେପାଜତକୁ ନେଇଛି। ଆଜି ରିୟାଙ୍କୁ ବ୍ୟୁରୋ ସମ୍ମୁଖରେ ହାଜର ହେବାକୁ ପଡିଛି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ଘଟଣାର ତଦନ୍ତରେ ଜଡିତ ଅଛନ୍ତି। ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି।

ସୁଶାନ୍ତ ମୃତ୍ୟୁ ମାମଲା​ରେ ନିଜକୁ ନିର୍ଦ୍ଦୋଷ କହୁଥିବା ଥିବା ରିୟା କାହିଁକି  ଆଗୁଆ ଜାମିନ ପାଇଁ ଆବେଦନ କରୁ ନାହାଁନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନାସିନ୍ଦେ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଗିରଫ ହେବାକୁ ପ୍ରସ୍ତୁତ। ଯଦି କାହାକୁ ଭଲ ପାଇବା ଅପରାଧ, ତେବେ ସେମାନଙ୍କୁ ନିଜ ପ୍ରେମର ପରିଣାମ ଭୋଗିବାକୁ ପଡିବ। ସେ କହିଛନ୍ତି ନିର୍ଦ୍ଦୋଷ ଥିବା ଯୋଗୁ ବିହାର ପୁଲିସ,  ସିବିଆଇ, ଇଡି ଏବଂ ଏନସିବି ଭଳି କୌଣସି ମାମଲାରେ ସେ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇନାହାଁନ୍ତି।

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories