www.samajalive.in
Wednesday, December 10, 2025
18.1 C
Bhubaneswar

ଟ୍ରେଲର , ଭ୍ୟାନ ଧକ୍କା ; ୭ ମୃତ

ରାଜସ୍ଥାନ : ରାଜସ୍ଥାନର ଭୀଲବାଡ଼ା ଜିଲାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଓ ଟ୍ରେଲର ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ମୃତକମାନେ କୋଟାରୁ ଭୀଲବାଡ଼ା ଯାଉଥିବା ବେଳେ କେସରପୁରା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କେସରପୁରା ନିକଟରେ ଟ୍ରେଲର ସହ ଧକ୍କା ପରେ ଭ୍ୟାନଟି ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ଫଳରେ ଭ୍ୟାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଅନେକ ସମୟ ପର୍ଯ୍ୟନ୍ତ ଏହି ମାର୍ଗରେ ଗମନାଗମନ ବନ୍ଦ ରହିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଗମନାଗମନ ସ୍ୱଭାବିକ ହୋଇଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories