www.samajalive.in
Saturday, December 13, 2025
23.1 C
Bhubaneswar

ଇବ ଥର୍ମାଲ ପାୱାର ଷ୍ଟେସନରେ ଅଘଟଣ:ତତଲା ପାଉଁଶ ପଡି ୩ କର୍ମଚାରୀ ଗୁରୁତର


ଝାରସୁଗୁଡ଼ା: ଓପିଜିସିର ଇବ୍ ଥର୍ମାଲ ତାପଜ ବିଦ୍ୟୁତ୍ ପ୍ରକଳ୍ପରେ ତତଲା ପାଉଁଶ ପଡ଼ି ୩ କର୍ମଚାରୀ ଗୁରୁତର ହୋଇଛନ୍ତି।
ତିନି ନମ୍ବର ୟୁନିଟର ଆଶ୍ ହେଣ୍ଡଲିଂ ପ୍ଲାଣ୍ଟ ରେ ଏହି ଦୁର୍ଘଟଣା ଘଟିଛି । ରାତି ୮ଟା ୩୦ ମିନିଟ ବେଳକୁ ପ୍ଲାଣ୍ଟର ହପର ଖସି ପଡିବାରୁ ତତଲା ପାଉଁଶ ବିଛାଇ ହୋଇ ପଡ଼ିଥିଲା । ତଳେ ଥିବା କର୍ମଚାରୀ ମାନଙ୍କ ଉପରେ ତତଲା ପାଉଁଶ ଗଦା ହୋଇ ଯାଇଥିଲା। ଫଳରେ ତତଲା ପାଉଁଶ ପଡି ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଇବ ଥର୍ମାଲର ନିଜସ୍ୱ ବନହରପାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣା ସମ୍ବନ୍ଧରେ ଇବ ଥର୍ମାଲ ର ଜନ ସମ୍ପର୍କ ବିଭାଗ ଅଧିକାରୀ ହିମାଂଶୁ ବେହେରା ୩ ଜଣ ଆହତ ହୋଇଥିବା ସ୍ବୀକାର କରିଛନ୍ତି ।  ଅନ୍ୟପକ୍ଷରେ ଏହି ଘଟଣାରେ ୬ ଜଣ ଶ୍ରମିକ ଓ କର୍ମଚାରୀ ଆହତ ହୋଇଥିବା ଅନ୍ୟଏକ ସୂତ୍ରରୁ ସୂଚନା ମିଳିଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories