www.samajalive.in
Monday, December 15, 2025
26.1 C
Bhubaneswar

ସହରରେ ୮ଫୁଟର କୁମ୍ଭୀର : ଉଦ୍ଧାର ପରେ ଶାନ୍ତିରେ ନିଶ୍ୱାସ ନେଲେ ସ୍ଥାନୀୟଲୋକେ

ଗୁଜୁରାଟ : ଗୁଜୁରାଟର ବଡ଼ୋଦରା ଜିଲାରେ ବନ୍ୟାଜଳରେ କୁମ୍ଭୀର ଭାସି ଆସିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। କାରଣ ବିଶ୍ୱାମିତ୍ରି ନଦୀରେ ଜଳସ୍ତର ଅଧିକ ରହିଛି। ଏହାସହ ଏହି ନଦୀରେ ଅଧିକ ସଂଖ୍ୟାରେ କୁମ୍ଭୀର ରୁହନ୍ତି। ଏହି ନଦୀରେ ଜଳସ୍ତର ବୃଦ୍ଧି ହେତୁ ଜିଲାର ଅଧିକାଂଶ ତଳିଆ ସ୍ଥାନରେ ନଦୀ ଜଳ ପ୍ରବେଶ କରିଛି। ଯେଉଁକାରଣରୁ କୁମ୍ଭୀରମାନେ ସେହି ଅଞ୍ଚଳକୁ ପଳାଇ ଆସୁଛନ୍ତି।
ଏଭଳି ଏକ ଘଟଣା ବଡ଼ୋଦରାର ମଙ୍ଗଳପୁର ଅଞ୍ଚଳରେ ଦେଖାଯାଇଛି। ପ୍ରାୟ ୮ଫୁଟର ଏକ କୁମ୍ଭୀର ଏଠାକୁ ପଳାଇଆସିଥିଲା। ଲୋକେ କୁମ୍ଭୀରକୁ ଦେଖି ଆତଙ୍କିତ ହୋଇଯାଇଥିଲେ। ଲୋକେ ତୁରନ୍ତ ଘଟଣା ବିଷୟରେ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ୮ ଫୁଟର ଏହି କୁମ୍ଭୀରଟି ବାହାରେ ବୁଲୁଥିବାର ଦେଖିଲେ। ବନ ବିଭାଗ କର୍ମଚାରୀ ତୁରନ୍ତ ରଶି, ଅନ୍ୟାନ୍ୟ ଉପକରଣ ବ୍ୟବହାର କରି କୁମ୍ଭୀରଟିକୁ କାବୁ କରିବା ସହ ଧରିବାରେ ସକ୍ଷମ ହୋଇଥିଲେ। କୁମ୍ଭୀର ମୁହଁ ବନ୍ଦ କରିବା ସହ ତା’କୁ ଗାଡ଼ି ଭିତରେ ରଖିଥିଲେ। କୁମ୍ଭୀରକୁ ଧରାଯିବା ପରେ ସ୍ଥାନୀୟଲୋକେ ଶାନ୍ତିରେ ନିଶ୍ୱାସ ନେଇଥିଲେ।
ସ୍ଥାନୀୟଲୋକଙ୍କ ମତାନୁଯାୟୀ ଲଗାତାର ବର୍ଷା ହେବା ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାସହ ନଦୀରେ ଜଳସ୍ତର ଅଧିକ ଥିବାରୁ କୁମ୍ଭୀରମାନେ ଘର ପର୍ଯ୍ୟନ୍ତ ପଳାଇ ଆସୁଛନ୍ତି। ଏବେ ସୁଦ୍ଧା ଏନେଇ କୌଣସି ପ୍ରାଣହାନୀ ନଥିଲେ ମଧ୍ୟ କୁମ୍ଭୀର ପାଇଁ ଭୟ ଲାଗି ରହୁଛି।
ବନବିଭାଗ କର୍ମଚାରୀଙ୍କ ମତାନୁଯାୟୀ, ୨୦୧୯ ମସିହାରେ ମଧ୍ୟ ବର୍ଷା ପରେ ପରେ ଏହି ଅଞ୍ଚଳରୁ ପ୍ରାୟ ୭୬ଟି କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହାସହ ବିଶ୍ୱାମିତ୍ରି ନଦୀରେ ଅଧିକ ସଂଖ୍ୟାରେ କୁମ୍ଭୀର ରହୁଥିବା କାରଣରୁ ଏମାନେ ସହର ମଧ୍ୟକୁ ମଧ୍ୟ ପଳାଇ ଆସିଥାଆନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories