www.samajalive.in
Thursday, December 11, 2025
26.1 C
Bhubaneswar

ବିଜେପି କାର୍ଯ୍ୟକର୍ତ୍ତା ଆତ୍ମ ଚିନ୍ତନ କରି ଦକ୍ଷତା ବଢ଼ାଇବା ଜରୁରୀ:ଜେ.ପି.ନଡ୍ଡା

ଭୁବନେଶ୍ବର: ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତା ଆତ୍ମ ଚିନ୍ତନ କରି ଦକ୍ଷତା ବଢ଼ାଇବା ଜରୁରୀ। ସେମାନେ ନିଜର ପ୍ରଭାବ ଓ ପରିପକ୍ବତା ବଢ଼ାଇବା ଉଚିତ। ଯୋଗ୍ୟତା, ଉପଯୋଗିତା, ପ୍ରଭାବ ଓ ପରିପକ୍ବ ଉପରେ ଚିନ୍ତନ ଆବଶ୍ୟକ ବୋଲି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ସଭାପତି ଜେ.ପି.ନଡ୍ଡା ପ୍ରକାଶ କରିଛନ୍ତି।
ଭର୍ଚୁଆଲ୍‌ ସମାବେଶରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଉଦ୍‌ବୋଧନ ଦେଇ କହିଥିଲେ ଯେ ଓଡ଼ିଶାରେ କର୍ମକର୍ତ୍ତାମାନେ ବିଜେପିକୁ ଧୀରେ ଧୀରେ ଆଗକୁ ବଢ଼ାଇ ପାରିଛନ୍ତି। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି। ୨୦୧୪ରେ ଆମକୁ ୨୧%, ଏଥର ଲୋକସଭାରେ ୩୮% ଭୋଟ ମିଳିଛି। ଏହାକୁ ୫୦% ଉପରକୁ ନେବାକୁ ମନରେ ସଂକଳ୍ପ ନେବାକୁ ପଡ଼ିବ। ୫୦%ରୁ ଅଧିକ ଭୋଟ ନେବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। କାରଣ ରାଜ୍ୟରେ ସରକାର ଗଠନ ଦିନ ଦୂର ନୁହେଁ ବୋଲି ସେ ପ୍ରକାଶ କରିଥିଲେ।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସମୟୋପଯୋଗୀ ଲକ୍‌ଡାଉନ୍‌ ଓ ନିର୍ଣ୍ଣୟ ଯୋଗୁଁ କରୋନାରେ ରୋକ୍‌ ଲାଗିଛି। ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ବ ଯୋଗୁଁୁ ସଂକ୍ରମଣ ହ୍ରାସ କରାଯାଇପାରିଛି ବୋଲି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା କହିଥିଲେ।

- Advertisement -

ଆଜି ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଭିଡ଼ିଓ କନ୍‍ଫରେନ୍‍ସିଂରେ ବୈଠକ ଚାଲିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍‍ଶ ବୈଠକକୁ ଉଦ୍‍ଘାଟନ କରିଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଭିଡ଼ିଓ କନ୍‍ଫରେନ୍‍ସିଂରେ ଯୋଗ ଦେଇଛନ୍ତି।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories