www.samajalive.in
Friday, December 12, 2025
16.1 C
Bhubaneswar

କଟକ, କୋରାପୁଟ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଭୟାନକ : ଅତିରିକ୍ତ କୋଭିଡ଼ ହସ୍ପିଟାଲ ଲାଗି ଜିଲାପାଳଙ୍କୁ ଏସିଏସ୍‍ଙ୍କ ନିର୍ଦେଶ

ଭୁବନେଶ୍ୱର : କଟକ, ଖୋର୍ଦ୍ଧା ଏବଂ କୋରାପୁଟରେ କରୋନା ମହାମାରୀ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗଞ୍ଜାମ ପରିସ୍ଥିତିି ଏବେ ଶାନ୍ତ ପଡ଼ିଥିବାବେଳେ ଏହି ୩ଜିଲାରେ କୋଭିଡ଼ ନିୟନ୍ତ୍ରଣ ବାହାରକୁ ଯିବା ଭଳି ପରିଲକ୍ଷିତ ହେଉଛି ବୋଲି ବୈଷୟିକ ଟିମ୍‍ ମତାମତ ଦେଇଛନ୍ତି। ତେଣୁ ଏହାକୁ ହାଲୁକା ଭାବେ ଗ୍ରହଣ ନକରି ତୁରନ୍ତ ଅତିରିକ୍ତ କୋଭିଡ଼ ହସ୍ପିଟାଲ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତିନି ଜିଲାପାଳଙ୍କ ସହିତ ଭୁବନେଶ୍ୱର ଓ କଟକ ମହାନଗର କମିଶନର, ଏସସିବି, କ୍ୟାପିଟାଲ ହସ୍ପିଟାଲ ଓ କୋରାପୁଟ ମେଡିକାଲ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ଶୁକ୍ରବାର ଶ୍ରୀ ମହାପାତ୍ର ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଏହି ୩ଜିଲାରେ ଥିବା ଭିତିଭୂମିକୁ ନେଇ ଅତିରିକ୍ତ କୋଭିଡ଼ ହସ୍ପିଟାଲ ତୁରନ୍ତ ପ୍ରସ୍ତୁତ କରାଯିବାର ଆବଶ୍ୟକ ରହିଛି। ଏସସିବିରେ ୨୦୦ଶଯ୍ୟା ରହିଥିବାବେଳେ ସେଥିରୁ ୧୮୬ଟି ସାଧାରଣ ଶଯ୍ୟା ରହିଥିବା ବେଳେ ୧୪ଟିରେ ଏମଆଇସିୟୁ ବ୍ୟବସ୍ଥା ରହିଛି। ଏହାସହିତ ଆଉ ୨୫ଟି ଅତିରିକ୍ତ ଆଇସିୟୁ ହସ୍ପିଟାଲ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଏହାସହିତ ନୂତନ ଔଷଧ ଭଣ୍ଡାରକୁ ଟ୍ରମା ୟୁନିଟକୁ ସ୍ଥାନାନ୍ତର କରାଯିବା ଦରକାର। ଟ୍ରମା ୟୁନିଟରେ ଥିବା ୧୪ଟି ଆଇସିୟୁ ଭେଷଜ ଆଇସିୟୁ ଭାବେ ବ୍ୟବସହୃତ ହେବ। ଟ୍ରମା ରୋଗୀ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରୀୟ ଆଇସିୟୁକୁ ସ୍ଥାନାନ୍ତର ହେବେ। ସେହିପରି ପରିସରରେ ଥିବା ଉଇ କେୟାର କେନ୍ଦ୍ରକୁ ଟ୍ରମା ସହିତ ସଲଗ୍ନ କରିବାକୁ ଦର୍ଶାଯାଇଛି। ପରିସରରେ ଥିବା ଅସ୍ଥିଶଲ୍ୟ ଓ ପ୍ରସୂତୀ ବିଭାଗର ଯାତାୟାତ ରାସ୍ତାକୁ ଅଲଗା କରାଯିବା ସହିତ ୨ଜଣ ପୁଲିସ ମୂତୟନ ହେବେ। ୨୧ଜଣ କେବଳ ପରିସରକୁ ସଫାସୁତୁରା ଲାଗି ମୂତୟନ ହେବ। ବାୟୋମେଡିକାଲ ବର୍ଜ୍ୟ ଉଠାଇବାପାଇଁ ଗୋଟିଏ ଗାଡି ସବୁବେଳେ ସଜାଗ ରହିବା ଦରକାର। ଏହାବ୍ୟତୀତ ଡିଜି ସେଟ୍‍, ପାନୀୟଜଳଯୋଗାଣ ବ୍ୟବସ୍ଥା ଓ ଖାଦ୍ୟ ପେୟ ପ୍ରଭୃତି ଯେଭଳି ଠିକଣା ଭାବେ ବ୍ୟବସ୍ଥାିତ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମହାପାତ୍ର ଦର୍ଶାଇଛନ୍ତି।

- Advertisement -

ସେହିପରି କୋରାପୁଟ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଡୁମୁଡୁମାସ୍ଥିତ କାନୁନଗୋ ଡାଇବେଟିସ ହସ୍ପିଟାଲରେ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ଲାଗି ମଧ୍ୟ ସ୍ଥିର ହୋଇଛି। ସେଠାରେ ପ୍ରାୟ ୭୦ଟି ଶଯ୍ୟା ରହିଛି। ଏହାକୁ କିଭଳି କୋଭିଡ଼ ହସ୍ପିଟାଲ କାର୍ଯ୍ୟରେ ଲଗାଯାଇ ପାରିବ ଏବଂ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସ୍ଥିରୀକୃତ ଦରରେ ମେଡିକାଲ କାର୍ଯ୍ୟକ୍ଷମ ହେବ ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଅନ୍ୟପକ୍ଷରେ କଟକ ତୁଳସିପୁରରେ ଥିବା ସନ୍‍ ହସ୍ପିଟାଲ ଓ କାଠଯୋଡିସ୍ଥିତ ସୃଷ୍ଟି ହସ୍ପିଟାଲକୁ କୋଭିଡ଼ ହସ୍ପିଟାଲ କରିବା ଦିଗରେ ପଦକ୍ଷେପ ଗ୍ରହଣ କର। ଏଥିଲାଗି ଯାହା ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ ହେବ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories