www.samajalive.in
Saturday, December 6, 2025
19.1 C
Bhubaneswar

ସିକୋ ଗ୍ରାମରେ ଦୁଇ ଦୁଇଟି ସ୍ଥାନରୁ ଚୋରି ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକ ସିକୋ ଗ୍ରାମର ପୁର୍ଣ୍ଣିମାସୀପାଟଣା ସାହି ନିକଟସ୍ଥ ଦଣ୍ଡାମୁଣ୍ଡ ଛକରେ ଥିବା ରବିନ୍ଦ୍ରକୁମାର ମଙ୍ଗରାଜଙ୍କ ଭେରାଇଟ ଷ୍ଟୋର ଦୋକାନ ଘର ଗ୍ରିଲ ଏବଂ ତାଲା ଭାଙ୍ଗି ବୁଧବାର ରାତିରେ କେହି ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି। ଦୋକାନରେ ଥିବା ଫ୍ରିଜ, ପାଣିପମ୍ପ, ନଗଦ ୫ହଜାର ଟଙ୍କା ସମେତ ପ୍ରାୟ ଲକ୍ଷାଧିକ ଟଙ୍କାର ସମସ୍ତ ଜିନିଷ ଚୋରିକରି ନେଇଯାଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ସିକୋ ୟୁଜିଏମଇ ସ୍କୁଲର ତାଲା ଭାଙ୍ଗି ସ୍କୁଲରେ ଲାଗିଥିବା ସବମରସିବଲ ପମ୍ପସେଟର ଷ୍ଟାର୍ଟରଟିକୁ କେହି ଚୋରି କରି ନେଇଯାଇଛି। ଏ ସଂକ୍ରାନ୍ତରେ ସିକୋ ଫାଣ୍ଡିରେ ଅଭିଯୋଗ ହୋଇଥିବାବେଳେ ଫାଣ୍ଡି ଅଧିକାରୀ ହରିବନ୍ଧୁ ଦାସ ଘଟଣାର ତଦନ୍ତ କରୁଛନ୍ତି। ସିକୋ ଅଂଚଳରେ ଦେଶୀ ମଦ ଏବଂ ବ୍ରାଉନସୁଗାର କାରବାର ବେଧଡକ ଚାଲିଥିବାବେଳେ ସ୍ଥାନୀୟ ପୁଲିସର ସେଥିପ୍ରତି କାର୍ୟ୍ୟାନୁଷ୍ଠାନ ନ ଥିବାର ଜଣାପଡିଛି। ଏପରିକି ସିକୋ ଫାଣ୍ଡି ନିକଟରେ ଖୋଲମ ଖୋଲା ଦେଶୀମଦ ରନ୍ଧାଯାଇ ବିକ୍ରି ହେଉଥିବାବେଳେ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଥିବାର ସାଧାରଣରେ ଅଭିଯୋଗ ହେଉଛି। ଫଳରେ ନିଶା ସେବନ କରି ଯୁବକମାନେ ପଥଭ୍ରଷ୍ଟ ହୋଇ ଚୋରି, ଡକାୟତି ଏବଂ ରାହାଜାନି ଭଳି କୁକାର୍ଯ୍ୟରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories