www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁଦିବସ : ଜାଣନ୍ତୁ ଏହି ପୌରାଣିକ କଥା

ଗୁରୁଦିବସ ଏକ ଶୁଭ ଓ ପବିତ୍ର ଦିବସ । ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। କାରଣ ସେ ଆମକୁ ସଂପୂର୍ଣ୍ଣ ଭାବେ ଜୀବନକୁ ଗଢି ତୋଳିବାରେ ସାହାଯ୍ୟ କରିଥାଆନ୍ତି ।
ବହୁ ପୁରାତନ କାଳରୁ ଗୁରୁ-ଶିଷ୍ୟଙ୍କ ଅନେକ କାହାଣୀ ଶୁଣିବାକୁ ମିଳୁଛି। ଅନେକ ଗୁରୁଙ୍କ ବାଖ୍ୟା ମଧ୍ୟ ରହିଛି , ଯାହାଙ୍କ ଶିଷ୍ୟ ବହୁ କୀର୍ତ୍ତିମାନ କରିଛନ୍ତି। ଭାରତର ବହୁ ପୂର୍ବ ରାଷ୍ଟ୍ରପତି ଓ ମହାନ ଶିକ୍ଷକ ଭାବେ ପରିଚିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେବର ୫। ଏହିଦିନ ହିଁ ପାଳନ କରାଯାଏ ଗୁରୁଦିବସ। ତେବେ ଏହି ପବିତ୍ର ଦିନରେ ଆହୁରି ମଧ୍ୟ କେତେକ ମହାନ ପୌରାଣରେ ବାଖ୍ୟା ହୋଇଥିବା ଗୁରୁଜୀଙ୍କ ବିଷୟରେ ଜାଣନ୍ତୁ ଯେ, ଭଗବାନଙ୍କ ଠାରୁ ମଧ୍ୟ ବଡ଼ ବୋଲି କୁହାଯାଇଛି। ଜାଣନ୍ତୁ ….
ଭଗବାନ ଶିବଶଙ୍କର –ହିନ୍ଦୁ ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଆଦି ଗୁରୁ ଥିଲେ। ପୌରାଣିକ କଥା ଅନୁସାରେ ବହୁ ପରିସ୍ଥିତିରେ ଭଗବାନ ଶିବ ଗୁରୁ ହୋଇ ତାଙ୍କ ଶିଷ୍ୟଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଏହାମଧ୍ୟ ମାନ୍ୟତା ରହିଛି ଭଗବାନ ବିଷ୍ଣୁଙ୍କ ଅବତାର ପଶ୍ରୁରାମଙ୍କୁ , ପ୍ରଭୁ ଶିବଶଙ୍କର ଅସ୍ତ୍ରଶସ୍ତ୍ର ବିଦ୍ୟା ଶିଖାଇଥିଲେ।
ମହର୍ଷି ବେଦବ୍ୟାସ – ମହର୍ଷି ବେଦବ୍ୟାସଙ୍କୁ ହିନ୍ଦୁଧର୍ମ ସହ ଜଡ଼ିତ ବହୁ ବେଦ, ଗ୍ରନ୍ଥ ଓ ପୁରାଣର ରଚୟିତା ବୋଲିତ କୁହାଯାଏ। ମହର୍ଷି ବେଦବ୍ୟାସଙ୍କ ଅନେକ ଏପରି ଶିଷ୍ୟ ଥିଲେ ଯେ କି ଖୁବ ବିଦ୍ୱାନ।
ଋଷି ବଶିଷ୍ଠ – ଋଷି ବଶିଷ୍ଠ ଭଗବାନ ଶ୍ରୀରାମ ଓ ସୂର୍ଯ୍ୟବଂଶଙ୍କର କୁଳଗୁରୁ ଥିଲେ। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଭରତ , ଶତ୍ରୁଘ୍ନ ଋଷି ବରିଷ୍ଠଙ୍କ ଠାରୁ ବେଦ, ଓ ଅନ୍ୟାନ୍ୟ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ।
ଗୁରୁ ଦ୍ରୋଣାଚାର୍ଯ୍ୟ – କୌରବ ଓ ପାଣ୍ଡବଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମହାନ ଧନୁର୍ଦ୍ଧର କୁହାଯାଏ। ଦ୍ରୋଣାଚାର୍ଯ୍ୟଙ୍କ ସହ ଜଡ଼ିତ ଏହି କଥା ବେଶ ପ୍ରଚଳିତ ଯେଉଁଥିରେ ସେ ଗୁରୁଦକ୍ଷିଣା ସ୍ୱରୂପ ଏକଲବ୍ୟଙ୍କ ଠାରୁ ତାଙ୍କ ବୁଢା ଆଙ୍ଗୁଠି ଦକ୍ଷିଣା ରୂପେ ମାଗିଥିଲେ।
ଦେବଗୁରୁ ବୃହସ୍ପତି – ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ କୁହାଯାଏ। ସେ ଖୁବ ପରାକ୍ରମୀ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories