www.samajalive.in
Friday, December 12, 2025
27.1 C
Bhubaneswar

ଚୀନ୍-ଭାରତ ସୀମା ବିବାଦ, ଲେହରେ ପହଁଚିଲେ ସେନାମୁଖ୍ୟ ନରୱଣେ

ଚୀନ୍ ସହିତ ସୀମା ବିବାଦ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହରେ ପହଂଚିଥିବା ସେନା ସୂତ୍ରରୁ ଜଣାପଡିଛି। ସେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ସେନାର ବରିଷ୍ଠ ଅଧିକାରୀମାନେ ସେନା ମୁଖ୍ୟଙ୍କୁ ବିସ୍ତୃତ ଭାବେ ଅବଗତ କରାଇବେ।

ନରୱଣେ ଏଭଳି ସମୟରେ ସେଠାକୁ ଗସ୍ତ କରୁଛନ୍ତି ଯେତେବେଳେ ଭାରତୀୟ ସେନା ଲଦାଖ ଅଞ୍ଚଳରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ବାଧା ଦେଇଛନ୍ତି। ସୂଚନା ଅନୁଯାୟୀ, ଏହି ଦୁଇ ଦିନିଆ ଗସ୍ତ ସମୟରେ ସେନା ମୁଖ୍ୟ ତିନି ମାସରୁ ଅଧିକ ସମୟ ଧରି ଚୀନ୍ ସେନା ସହ ଉପୁଜି ଥିବା ବିବାଦ ନିମନ୍ତେ କାର୍ଯ୍ୟକ୍ଷମ ପ୍ରସ୍ତୁତିର ସମୀକ୍ଷା କରିବେ। ଗତ ଅଗଷ୍ଟ ୨୯ ଓ ୩୦ ମଧ୍ୟବର୍ତ୍ତୀ ରାତିରେ ଭାରତୀୟ ସେନା ଲଦାଖର ଚୁସୁଲ ନିକଟ ଦକ୍ଷିଣ ପାଙ୍ଗୋଙ୍ଗ ନିକଟବର୍ତ୍ତୀ ଭାରତୀୟ ଅଞ୍ଚଳରେ ଚୀନ୍ ସେନାର ବଳପୂର୍ବକ ପ୍ରବେଶ ଉଦ୍ୟମକୁ ବାଧା ଦେଇଥିଲା।

- Advertisement -

ଅଗଷ୍ଟ ୧ରେ ମଧ୍ୟ ଭାରତୀୟ ସେନା ବାହିନୀ ପୂର୍ବ ଲଦାଖର ଚୁମାର ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ୱରେ ଚୀନ୍ ସେନାର ପ୍ରବେଶ କରିବାକୁ ଉଦ୍ୟମକୁ ବିଫଳ କରିଥିଲା। ଫିଙ୍ଗର ଅଞ୍ଚଳ ଓ ଗଲୱାନ୍ ଉପତ୍ୟକାରେ ଚଳିତ ବର୍ଷ ଏପ୍ରିଲ ମାସରୁ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଛି।

ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଗତ ତିନିମାସ ଧରି ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ସମେତ ଦୁଇ ପକ୍ଷ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ଥରରେ ଆଲୋଚନା ଚାଲିଥିଲେ ମଧ୍ୟ ଚୀନ ବାରମ୍ବାର ଉତ୍ତେଜନା ସୃଷ୍ଟି କରିଚାଲିଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories