www.samajalive.in
Sunday, December 14, 2025
23.1 C
Bhubaneswar

ଦୋସା ଆଣ୍ଟିଙ୍କ ୧୦ଟଙ୍କିଆ ଦୋସା

ନାଗପୁରର ମହଲ ନଗର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଖରେ ଶାରଦା ଚୌରଗଡ଼େ ଏକ ପରିଚିତ ନାମ। ବିଶେଷ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଖରେ ସେ ଜଣାଶୁଣା ନାମ। କାରଣ ଗତ କିଛି ବର୍ଷ ହେଲା, ସେ ମାତ୍ର ୧୦ଟଙ୍କାରେ ଦୋସା ଓ ଇଡଲି ବିକ୍ରି କରିଆସୁଛନ୍ତି। ଗରିବ, ଅସହାୟ ଲୋକ ମଧ୍ୟ ତାଙ୍କର ନିୟମିତ ଗ୍ରାହକ। ଶାରଦା କହିଛନ୍ତି, ଖୁବ୍ କମ୍ ବୟସରେ ତାଙ୍କ ବିବାହ ହୋଇଥିଲା। ଶାଶୂଘର ଲୋକ ବିବାହ ଦିନରୁ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ। ତାଙ୍କ ସମୟରେ ଏଭଳି ଘଟଣାକୁ ସମସ୍ତେ ସାଧାରଣ କଥା ବୋଲି କହୁଥିଲେ। ପିଲାଙ୍କ ଜନ୍ମ ପରେ ମଧ୍ୟ ତାଙ୍କ ପ୍ରତି ପରିବାର ସଦସ୍ୟଙ୍କ ମନୋଭାବ ପରିବର୍ତ୍ତନ ହୋଇନଥିଲା। ଆର୍ଥିକ ଅସୁବିଧା ଦିନକୁଦିନ ବଢ଼ିବା ପରେ ଶେଷ​‌େ​‌ର ସେ ଘର ପାଖରେ ଏକ ଷ୍ଟଲ୍ କରି ଦୋସା ଓ ଇଡଲି ତିଆରି କରି ବିକିଲେ। ଏତେ କମ୍‌ ଦରରେ ପେଟପୂରା ଖାଦ୍ୟ ଗ୍ରାହକଙ୍କୁ ମିଳୁଥିବାରୁ ଦିନକୁଦିନ ଗ୍ରାହକଙ୍କ ସଂଖ୍ୟା ବଢ଼ିଲା। ଶାରଦାଙ୍କର ଲାଭ ସେଭଳି ହେଉନଥିଲା କିନ୍ତୁ ଗ୍ରାହକଙ୍କ ଆତ୍ମସନ୍ତୋଷ ହିଁ ତାଙ୍କ ପାଉଣା ଥିବାର ସେ କହିଛନ୍ତି। ୧୦ ଟଙ୍କାରେ ୪ଟି ଇଡଲି, ସମ୍ବର, ଚଟଣି ମିଳୁଥିବାବେଳେ ୧୦ ଟଙ୍କାରେ ସେ ୪ଟି ଛୋଟ ଦୋସା ମଧ୍ୟ ପରଷିଥାନ୍ତି। ଦୋସା ଦୋକାନ ପାଇଁ ତାଙ୍କ ଲୋକପ୍ରିୟତା ଦିନକୁଦିନ ବଢ଼ିଚାଲିବାରୁ ଆଜି ସେ ସ୍ଥାନୀୟ ଅଞ୍ଚଳରେ ‘ଦୋସା ଆଣ୍ଟି’ ନାମରେ ପରିଚିତ। ଶାରଦାଙ୍କ ମତରେ ପରିଶ୍ରମ କଲେ ପ୍ରତ୍ୟେକ କାମରେ ସଫଳତା ମିଳେ। କାମ ଛୋଟ କିମ୍ବା ବଡ଼, ଏ ଲକ୍ଷ୍ୟ ନ ରଖି ବରଂ କାମକୁ ଭଲଭାବେ କରିବା ନିମନ୍ତେ ଆଗ୍ରହ ରଖିବା ଦରକାର। n

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories