www.samajalive.in
Sunday, December 14, 2025
19.1 C
Bhubaneswar

ପୂର୍ବତନ ଫୁଟବଲର ଅବଦୁଲ ଜବାରଙ୍କ ପରଲୋକ

କଟକ : ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ଅବଦୁଲ ଜବାର (ଗିଟୁ ଭାଇ)ଙ୍କ ମଙ୍ଗଳବାର ୮୫ ବର୍ଷ ବୟସରେ ଝୋଲାସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା(ଫାଓ)ର ଯୁଗ୍ମ ସମ୍ପାଦକ ମହମ୍ମଦ ସାହିଦ୍‌ ଜବାରଙ୍କ ପିତା ସ୍ବର୍ଗତ ଜବାର ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।ଏହାଛଡ଼ା କଲକାତାର ପ୍ରତିଷ୍ଠିତ କ୍ଲବ ମହମ୍ମଡାନ ସ୍ପୋଟିଂରୁ ମଧ୍ୟ ଫୁଟବଲ ଖେଳିଥିଲେ। ଝାରସୁଗୁଡ଼ା ବ୍ରଜରାଜନଗର ଓରିଏଣ୍ଟ କାଗଜକଳରେ କାର୍ୟ୍ୟ କରୁଥିଲେ। ତାଙ୍କର ପତ୍ନୀ ଓ ଦୁଇପୁତ୍ର ରହିଛନ୍ତି। ସ୍ବର୍ଗତ ଅବଦୁଲ ଜବାରଙ୍କ ପରଲୋକରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସ୍ବର୍ଗତ ଅବଦୁଲ ଜବାରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ସ୍ବର୍ଗତ ଅବଦୁଲ ଜବାରଙ୍କ ପରଲୋକରେ ଭେଟରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଆସୋସିଏସନ ସଭାପତି ସମୀର ଦେ, ସମ୍ପାଦକ ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଶୁଭାଶିଷ କର ପ୍ରମୁଖ ଶୋକପ୍ରକାଶ କରିଛନ୍ତି। ସ୍ବର୍ଗତ ଜବାର ଭେଟରାନ ଫୁଟବଲ ପ୍ଳେୟାର୍ସ ଆସୋସିଏସନର ମୁଖ୍ୟ ଉପଦେଷ୍ଟା ରହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories