www.samajalive.in
Thursday, December 11, 2025
16.1 C
Bhubaneswar

ଅଗଷ୍ଟରେ ପୁଣି କମିଲା ଜିଏସ୍‌ଟି, ରାଜସ୍ୱ ସଂଗ୍ରହ ପୂର୍ବବର୍ଷ ତୁଳନାରେ ୧୨% ହ୍ରାସ

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟରେ ପୁଣିଥରେ କମିଛି ଦେଶର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ରାଜସ୍ୱ ସଂଗ୍ରହ । ଅଗଷ୍ଟରେ ଦେଶରେ ମୋଟ ୮୬,୪୪୯ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୧୫୯୦୬ କୋଟି ଟଙ୍କା ରହିଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୨୧୦୬୪ କୋଟି ଟଙ୍କା। ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍‌ଟି ବାବଦରେ ୪୨୨୪୬ କୋଟି ଟଙ୍କା ଆଦାୟ ହୋଇଛି । ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ ୧୯୧୭୯ କୋଟି ଟଙ୍କା । ଏହାଛଡା ସେସ୍‌ ବା ଉପକର ବାବଦରେ ଏହି ମାସରେ ମୋଟ ୭୨୧୫ କୋଟି ଟଙ୍କା ସଂଗୃହୀତ ହୋଇଛି । ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ ୬୭୩ କୋଟି ଟଙ୍କା ଅନ୍ତର୍ଭୁକ୍ତ । ୨୦୧୯ ଅଗଷ୍ଟ ମାସରେ ଜିଏସ୍‌ଟି ବାବଦରେ ସରକାର ଯେତେ ରାଜସ୍ୱ ଆଦାୟ କରିଥିଲେ ଚଳିତବର୍ଷ ସେହି ମାସରେ ଏ ବାବଦ ଆୟ ୮୮ ଶତାଂଶ ରହିଛି । ଅର୍ଥାତ୍‌ ପୂର୍ବବର୍ଷ ତୁଳନାରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହରେ ୧୨% ହ୍ରାସ ଘଟିଛି । ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍‌ଟି ବାବଦରେ ୧୮୨୧୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡା ସମନ୍ୱିତ ଜିଏସ୍‌ଟିରୁ ରାଜ୍ୟ ଜିଏସ୍‌ଟି ବାବଦକୁ ୧୪୬୫୦ କୋଟି ଟଙ୍କା ଦିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories