www.samajalive.in
Saturday, December 13, 2025
23.1 C
Bhubaneswar

ଆତ୍ମସମର୍ପଣ କରିବେ ମାଓନେତା ଗଣପତି !

ମାଲକାନଗିରି: କୁଖ୍ୟାତ ମାଓନେତା ଗଣପତି ଓରଫ ମୁପାଲା ଲକ୍ଷ୍ମଣ ରାଓ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ର ପୁଲିସ ନିକଟରେ ମୁପାଲା ଆତ୍ମସର୍ମପଣ କରିଥିବା ଆଲୋଚନା ହେଉଛି। ସେ ମହାରାଷ୍ଟ୍ର ପୁଲିସ କବ୍‍ଜାରେ ରହିଥିବା କୁହାଯାଉଛି। ୧୯୭୨ ମସିହାରେ ପିପୁଲ ଲିବରେସନ ଗରିଲା ଆର୍ମି ବା ପିଏଲଜିଏରେ ଯୋଗଦେବା ପରେ ଧୀରେ ଧୀରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ୨୭ ବର୍ଷ ଧରି ଦେଶରେ ମାଓ ସାମ୍ରାଜ୍ୟର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। ତାଙ୍କ ସମୟରେ ଛତିଶଗଡ ଏବଂ ମାଲକାନଗିରିରେ ମାଓ ସାମ୍ରାଜ୍ୟ ପ୍ରଭାବ ବିସ୍ତାର କରିଥିଲା। ବିଶେଷ କରି ଛତିଶଗଡ଼ର ଦାନ୍ତେୱାଡ଼ା ବିଜାପୁର ସୁକମା ବସ୍ତର, ଓଡ଼ିଶାର ମାଲକାନଗିରି କୋରାପୁଟ, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୂର୍ବଗୋଦାବରୀ, ତେଲଙ୍ଗାନାର ଖାମମ ଜିଲାକୁ ନେଇ ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ କରିବା ନେଇ ପରିକଳ୍ପନା କରିଥିଲେ। ମାଓ ସଙ୍ଗଠନରେ ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଆଦିବାସୀଙ୍କୁ ସଙ୍ଗଠନ ପ୍ରତି ଆକୃଷ୍ଟ କରି ଲାଲବାହିନୀକୁ ଅଧିକ ସକ୍ରିୟ କରିବାରେ ତାଙ୍କର ଅଧିକ ଭୂମିକା ରହିଥିଲା।

ଆସାମ ନେପାଳଠାରୁ ଆରମ୍ଭକରି ଚୀନ ପର୍ଯ୍ୟନ୍ତ ମାଓ ସଙ୍ଗଠନକୁ ବିସ୍ତାର କରି ଅସ୍ତ୍ରସସ୍ତ୍ର ଏବଂ ଆର୍ଥିକ ଭାବରେ ମଧ୍ୟରେ ସୁଦୃଢ଼ କରିଥିଲେ। ୨୦୧୮ ମସିହାରେ ସ୍ୱାସ୍ଥ୍ୟଗତ କାରଣରୁ ସେ ଦାୟିତ୍ୱରୁ ଅପସରି ଯାଇ ଅମ୍ବାଲା କେଶବ ରାଓଙ୍କୁ ସଙ୍ଗଠନର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲେ। ମୁଖ୍ୟତଃ ସେ ପିଡବ୍ଲ୍ୟୁଜିକୁ ୨୦୦୪ ମସିହାରେ ମାଓବାଦୀ ସଙ୍ଗଠନ ସହ ସାମିଲ କରାଇଥିଲେ। ସେହିଭଳି ପ୍ରମୁଖ ଘଟଣାର ମାଷ୍ଟରମାଇଣ୍ଡ ଥିବା ବେଳେ ଓଡ଼ିଶାରେ କୋରାପୁଟ, ନୟାଗଡ ଓ ଦାମନଜୋଡି ଆକ୍ରମଣ କରି ଅସ୍ତ୍ରସସ୍ତ୍ର ଲୁଟ୍‌, ଜିଲାପାଳ ଆର.ଭିନିଲକ୍ରୀଷ୍ଣାଙ୍କ ଅପହରଣ, ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୩୫ ଜଣ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କୁ ହତ୍ୟା, ଛତିଶଗଡରେ କଂଗ୍ରେସ ନେତା ମହେନ୍ଦ୍ର କର୍ମା ଓ ବି. କେ.ଶୁକ୍ଳା ସମେତ ୩୭ ଜଣଙ୍କୁ ଦର୍ବାଘାଟି ନିକଟରେ ହତ୍ୟା, ସିଆରପିଏଫର ୭୪ ଯବାନଙ୍କୁ ସୁକୁମା ନକଟରେ ହତ୍ୟା ଭଳି ବଡ଼ ବଡ଼ ମାଓହିଂସାରେ ମାଷ୍ଟରମାଇଣ୍ଡ ଥିଲେ। ୪ ରାଜ୍ୟ ପୁଲିସ ପକ୍ଷରୁ ତାଙ୍କ ଉପରେ ପ୍ରାୟ ୪ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଗଣପତିଙ୍କ ଆତ୍ମସମର୍ପଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ଦିନେ ଦୁଇଦିନ ମଧ୍ୟରେ ସେ ଆତ୍ମସମର୍ପଣ କରିଥିବା ଘୋଷଣା କରାଯିବ ବୋଲି ଜଣାପଡିଛି।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories