www.samajalive.in
Wednesday, December 10, 2025
14.1 C
Bhubaneswar

ଥଣ୍ଡା ରୋଗରୁ ରକ୍ଷା ପାଇବାର ଉପାୟ

ସରଳ ଉପାୟରେ ହିଁ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିହେବ। ବର୍ତ୍ତମାନ ସମୟରେ ମହାମାରୀର ଭୟାବହତା ଦେଖିବା ପରେ ଲୋକେ ଥଣ୍ଡା, ଛିଙ୍କ ରୋଗୀଙ୍କୁ ଦେଖିଲେ ଭୟ କରୁଛନ୍ତି। ଏଣୁ ଘରୋଇ ଉପାୟରେ ଉପଚାର କରନ୍ତୁ।
– ଦିନକୁ ଥରେ ସୁପ୍ ପିଇବାର ଅଭ୍ୟାସ ଆରମ୍ଭ କରିବା ଉଚିତ। ବିଭିନ୍ନ ପ୍ରକାର ପରିବା ଯେପରି ବ୍ରୋକୋଲି, ଫୁଲକୋବି, ଗାଜର, ବିନ୍, ମଟର ପକାଇ ସିଝାଇ ରସୁଣ ଛେଚାର ଛୁଙ୍କ ଦେଇ ସୁପ୍ ତିଆରି କରନ୍ତୁ। ସନ୍ଧ୍ୟା ସମୟରେ ଏଇ ସୁପ୍ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ଭିଟାମିନ୍ ସି ଭରପୂର ପରିବା ଯେପରି କମଳା, ଲେମ୍ବୁ, ଟମାଟୋ ଇତ୍ୟାଦି ଭୋଜନରେ ସାମିଲ କରିବା ଉଚିତ। ସକାଳବେଳା କମଳା ରସ ୧ କପ୍ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା,ସର୍ଦ୍ଦି ସହଜରେ ଆକ୍ରାନ୍ତ କରେ ନାହିଁ।
– ଚା’ରେ ଅଦା ରସ ଓ ଗୋଲମରିଚ ଗୁଣ୍ଡ ଅଳ୍ପ ମିଶାଇ ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ।
– ଅଧିକାଂଶଙ୍କ ଧାରଣା ଯେ କଦଳୀ ଖାଇଲେ ଥଣ୍ଡା ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଏଇ ଚିନ୍ତାଧାରା ମନରୁ ବାହାର କରିବା ଆବଶ୍ୟକ। କଦଳୀରେ ଥିବା ଭିଟାମିନ୍ ବରଂ ଥଣ୍ଡା ହେବାର ଆଶଙ୍କାକୁ କମ୍ କରେ। n

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories