www.samajalive.in
Saturday, December 13, 2025
21.1 C
Bhubaneswar

ଗଣିତ ସୂତ୍ରରେ ଲିଙ୍ଗ ନିରୂପଣ

ପ୍ରକୃତି ମାଈ ଏବଂ ଅଣ୍ଡିରା ପ୍ରାଣୀଙ୍କୁ ଜାଣିବା ଲାଗି ବିଭିନ୍ନ ଶାରୀରିକ ଭିନ୍ନତା ପ୍ରଦାନ କରିଛି। ତେବେ ଲୁପ୍ତ ହୋଇଯାଇଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ସେମାନଙ୍କ ଜୀବାଶ୍ମକୁ ନେଇ ଗବେଷଣା କରାଯାଉଥିବା ବେଳେ ଏହି ଭିନ୍ନତା ଜଣାପଡେନାହିଁ। ଏବେ ଡାଇନୋସର୍‍ ଜୀବାଶ୍ମ ସାରା ବିଶ୍ୱର ପାଲେଣ୍ଟୋଲୋଜିଷ୍ଟ (ଜୀବାଶ୍ମ ଗବେଷକ)ଙ୍କ ନିକଟରେ ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଏଥିରୁ ସେମାନଙ୍କ ଲିଙ୍ଗ ଜଣାପଡୁନଥିଲା। ନିକଟରେ ଏକ ସାଂଖ୍ୟିକ ବିଶ୍ଳେଷଣ ଆଧାରରେ ଜୀବାଶ୍ମର ଡାଟାସେଟ୍‍ରୁ ଲିଙ୍ଗ ସମ୍ପର୍କରେ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଚିକାଗୋ ଫିଲ୍ଡ ମ୍ୟୁଜିୟମର ଜଣେ ଗବେଷକ ଜୀବବିଜ୍ଞାନୀ ଇଭାନ୍‍ ସୈଟ୍ଟାଙ୍କ କହିବା ଅନୁସାରେ ସଂଖ୍ୟାର ସ୍ୱତନ୍ତ୍ର ସୂତ୍ର ‘ସିଗ୍‍ନିଫିକାନ୍ସ ଟେଷ୍ଟିଙ୍ଗ’ ଏବଂ ‘ଇଫେକ୍ଟ ସାଇଜ୍‍ ଷ୍ଟାଟିଷ୍ଟିକ୍ସ’ର ଉପଯୋଗ କରି ଏହି ପାର୍ଥକ୍ୟ ଜଣାଯାଇପାରିବ। କମ୍ପ୍ୟୁଟରରେ ଏହି ପ୍ରୋଗ୍ରାମ ବ୍ୟବହାର କରି ସେ ଏବଂ ତାଙ୍କ ସାଥୀମାନେ ସଫଳତା ପାଇଥିବା ଇଭାନ୍‍ କହନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories