www.samajalive.in
Saturday, December 13, 2025
21.1 C
Bhubaneswar

କିନ୍ନର ପତ୍ନୀଙ୍କୁ ଛାଡ଼ିଲେ ୧୪ ସ୍ବାମୀ

ଭିଲାଇ: ୨୦୧୯ ମାର୍ଚ ୩୧ ତାରିଖ ଦେଶର କିନ୍ନରମାନଙ୍କ ପାଇଁ ବେଶ ସ୍ମରଣୀୟ ଦିନ ଥିଲା। ରାୟପୁରର ପୂଜାରୀ ପାର୍କରେ ବଡ଼ ଧୁମଧାମରେ ୧୫ କିନ୍ନର ସେମାନଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିଲେ। ସେତେବେଳେ ପୂରା ଦେଶରେ ଏହା ବେଶ ଚର୍ଚ୍ଚିତ ଖବର ଥିଲା। ଗୋଟିଏ ସଂସ୍ଥା ଜରିଆରେ ବିବାହ ଇଚ୍ଛୁକ କିନ୍ନରଙ୍କୁ ବଛା ଯାଇଥିଲା ଓ ଏହାମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳର କିନ୍ନର ସାମିଲ ହୋଇଥିଲେ। ଦେଶରେ ଏହି ବିବାହ ଥିଲା ପ୍ରଥମ ଓ ଭିନ୍ନ ଧରଣର ଆୟୋଜନ। ଯେଉଁଥିପାଇଁ ଏହାକୁ ଗୋଲଡ଼େନ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ଼ରେ ସାମିଲ କରାଯାଇଥିଲା। ମାତ୍ର ଅବସୋସର ବିଷୟ ହେଉଛି ଏହି ବିଶ୍ବ ରେକର୍ଡ଼ ସୃଷ୍ଟି କରିଥିବା କିନ୍ନରମାନଙ୍କ ବୈବାହିକ ଜୀବନ ବର୍ଷରୁ ଅଧିକ କାଳ ତିଷ୍ଠି ପାରିଲା ନାହିଁ।

ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ବୈଧ ଘୋଷଣା ପରେ ଦେଶରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା କିନ୍ନରଙ୍କ ସାମୂହିକ ବିବାହ। ଛତିଶଗଡ଼ର ରାୟପୁରରେ ଗତବର୍ଷ ମାର୍ଚ ୩୧ ତାରିଖରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୧୫ କିନ୍ନରଙ୍କ ହାତ ଧରିଥିଲେ ୧୫ ଜଣ ଯୁବକ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିବାହ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ଅନ୍ୟମନ୍ତ୍ରୀମାନେ ଏଥିରେ ସାମିଲ ହୋଇଥିଲେ। ଛତିଶଗଡ଼ର ୬ କିନ୍ନରଙ୍କ ସହ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ, ବିହାର ଓ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରୁ କିନ୍ନରମାନେ ଏହି ସାମୂହିକ ବିବାହରେ ସାମିଲ ହୋଇଥିଲେ। ଏହି ବିବାହ ସେତେବେଳେ ‘‘ଗୋଲଡ଼େନ୍ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ଼’ରେ ସାମିଲ ହୋଇଥିଲା। ମାତ୍ର ଇତିମଧ୍ୟରେ ମାତ୍ର ଦେଢ଼ ବର୍ଷ ଯାଇନାହିଁ, ୧୫ଟି ବିବାହ ମଧ୍ୟରୁ ୧୪ଟି ବିବାହ ଭାଙ୍ଗି ସାରିଛି। ଅର୍ଥାତ୍ ୧୪ ଜଣ କିନ୍ନର ପତ୍ନୀଙ୍କୁ ତାଙ୍କର ପୁରୁଷ ସ୍ବାମୀମାନେ ବା କିନ୍ନର ପତ୍ନୀମାନେ ସେମାନଙ୍କ ସ୍ବାମୀମାନଙ୍କୁ ଛାଡ଼ି ଦେଇଛନ୍ତି। କେବଳ ରାୟଗଡ଼ ଅଞ୍ଚଳରେ ଜଣେ କିନ୍ନର ପତ୍ନୀ ତାଙ୍କର ସ୍ବାମୀଙ୍କ ସହ ଏବେ ବି ବୈବାହିକ ଜୀବନ ଅତିବାହିତ କରୁଛନ୍ତି।
କିନ୍ନରମାନଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ‘ସଂଘର୍ଷ ଏକ ଜୀବନ’ର ଅଧ୍ୟକ୍ଷ ତଥା ତୃତୀୟଲିଙ୍ଗ କଲ୍ୟାଣ ବୋର୍ଡ଼ ସଦସ୍ୟ କଞ୍ଚନ ସୈନ୍ଦ୍ରଙ୍କ ସୂଚନା ଅନୁସାରେ ଗତବର୍ଷ ଯେଉଁ କିନ୍ନରମାନଙ୍କ ବିବାହ ହୋଇଥିଲା, ସେମାନଙ୍କ ସ୍ବାମୀମାନେ ଆଉ ସେମାନଙ୍କ ସହ ନାହାନ୍ତି। କିଛିମାସ ପରେ ସ୍ବାମୀମାନେ ସେମାନଙ୍କ କିନ୍ନର ପତ୍ନୀଙ୍କୁ ପ୍ରାୟତଃ ଛାଡ଼ି ଦେଇଛନ୍ତି।
ଯେଉଁ କିନ୍ନରମାନେ ବିବାହ କରିଥିଲେ ସେମାନେ ସମସ୍ତେ ଏସଆରଏସ୍ ଅପରେସନ କରି ନିଜକୁ ମହିଳାରେ ପରିବର୍ତିତ କରିଥିଲେ। ଏହାପରେ ସେମାନଙ୍କର ବିବାହ ହୋଇଥିଲା। ଅପରେସନ ପରେ ସେମାନେ ଶାରୀରିକ ଭାବରେ ତ ମହିଳା ହୋଇଥିଲେ, ମାତ୍ର ସେମାନଙ୍କୁ ମହିଳାଙ୍କ ଅଧିକାର ମିଳି ନ ଥିଲା। ତୃତୀୟ ଲିଙ୍ଗ କଲ୍ୟାଣ ବୋର୍ଡ଼ର ସଦସ୍ୟ କଞ୍ଚନ ସୈନ୍ଦ୍ର କହିଛନ୍ତି ସ୍ବାମୀମାନେ ଛାଡ଼ିଦେବା ପରେ କିଛି କିନ୍ନର ଏ ସମ୍ପର୍କରେ ଅଭିଯୋଗ କରିଥିଲେ, ମାତ୍ର ସେମାନଙ୍କ ଅଭିଯୋଗ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଳାସପୁରର ପତି ପରିତ୍ୟକ୍ତା କିନ୍ନରମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ମାତ୍ର କିଛି ଫଳ ହେଲା ନାହିଁ। ସର୍ଜରୀ ପରେ ସେମାନେ ଯଦିଓ ମହିଳାରେ ପରିଣତ ହୋଇଛନ୍ତି, ତଥାପି ସରକାରୀ ଦସ୍ତାବିଜରେ ସେମାନେ ଏବେ ବି କିନ୍ନର ରହିଛନ୍ତି। ତେଣୁ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ ଅନୁସାରେ ସେମାନଙ୍କୁ ସହାୟତା ମିଳିପାରୁ ନାହିଁ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories