www.samajalive.in
Sunday, December 7, 2025
26.1 C
Bhubaneswar

ବୃଦ୍ଧା ବୟସରେ ପାଗଳ ପୁଅର ବୋଝ

ଫୁଲବାଣୀ : ବୃଦ୍ଧ ବୟସରେ ପାଳଗ ପୁଅର ବୋଝ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତ ୩ ନମ୍ବର ୱାର୍ଡ଼ର ଚଞ୍ଚଳା ସାହିରେ। ବୃଦ୍ଧା ଜଣକ ହେଲେ ଉକ୍ତ ସାହିର କସ୍ତୁରୀ ପ୍ରଧାନ ଓ ତାଙ୍କର ମାନସିକ ବିକୃତ ପୁଅ ହେଉଛନ୍ତି ଧନେଶ୍ୱର ପ୍ରଧାନ (୪୦)।

ମାନସିକ ବିକୃତ ଧନେଶ୍ୱର ପୂର୍ବରୁ ଭଲ ଥିଲେ। ଗ୍ରାମରେ ୧୦ମ ଶ୍ରେଣୀ ପର୍ୟ୍ୟନ୍ତ ମଧ୍ୟ ଅଧ୍ୟୟନ କରିଛନ୍ତି। ଆଜକୁ ପ୍ରାୟ ୨୦ ବର୍ଷ ତଳେ ଅଚାନକ ଭାବେ ଧନେଶ୍ୱର ପାଗଳ ହୋଇଯାଇଛନ୍ତି। ଏହାପରେ ପରିବାର ଲୋକେ ଆଖ ପାଖ ଅଞ୍ଚଳରେ ଯାହା ସମ୍ଭବ ଚିକିତ୍ସା କରାଇଥିଲେ। ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ବାଧ୍ୟ ହୋଇ ଭେଣ୍ଡିଆ ପୁଅକୁ ଘରେ ଶିଙ୍କୁଳି ବାନ୍ଧୀ ରଖିଥିଲେ। ତେବ ଗତ ୭ ବର୍ଷ ତଳେ ଧନେଶ୍ୱରଙ୍କ ବାପା ଭଞ୍ଜ ପ୍ରଧାନଙ୍କ ମୃତ୍ୟୁ ହେବା ପରେ ମା କସ୍ତୁରୀ ନିଜ ପାଗଳ ପ୍ରାୟ ପୁଅକୁ ଘରେ ସବୁବେଳେ ସିଙ୍କୁଳିରେ ବାନ୍ଧିରଖିବା ସମ୍ଭବ ହୋଇପାରିନାହିଁ। ବର୍ତ୍ତମାନ ଧନେଶ୍ୱର ଗ୍ରାମରେ ଥିବା ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଉଛନ୍ତି। ୬୬ ବର୍ଷର ବୃଦ୍ଧା ମାଆ ଯେତେଦୂର ସମ୍ଭବ ତାଙ୍କର ଦେଖାଚାହାଁ ମଧ୍ୟ କରୁଛନ୍ତି। ବୃଦ୍ଧା ଜଣକ ସରକାରଙ୍କଠାରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ପାଗଳ ପୁଅର ଖର୍ଚ୍ଚ ବହନ କରିଥାନ୍ତି। ଏହା ସହ ବୃଦ୍ଧାଙ୍କ ଅନ୍ୟ ୨ ପୁଅ ଚାଷବାସ କରନ୍ତି। ସେଥୁରୁ ଯାହା ଅର୍ଜନ ହୋଇଥାଏ ସେଥିରେ ନିଜ ପରିବାର ଚଳାଇବା ସହିତ ବୃଦ୍ଧା ମା ଓ ପାଗଳ ଭାଇକୁ ଖାଇବାକୁ ମଧ୍ୟ ଦେଇଥାନ୍ତି। ଗରିବ ପରିବାରର ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ପାଗଳ ଭାଇକୁ ଚିକତ୍ସା କରାଇ ପାରୁନାହାନ୍ତି। ମାନସିକ ବିକୃତ ଧନେଶ୍ୱରଙ୍କର ଭୋଟ ଓ ଆଧାର କାର୍ଡ଼ ନଥିବା ଯୋଗୁଁ ଆଜି ପର୍ୟ୍ୟନ୍ତ ସେ କୌଣସି ପ୍ରକାର ଭତ୍ତା ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଯୁବକଙ୍କ ଚିକିତ୍ସନା କରିବା ପାଇଁ ସହାୟତା କରିବାକୁ ସମାଜସେବୀ ବିଜୟ କୁମାର ସାହୁ , ସରୋଜ ପଟନାୟକ , ଉମେଶ ଚନ୍ଦ୍ର ଦିଗାଲ ଓ ଅନ୍ୟ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories