ବୌଦ୍ଧ : ବୌଦ୍ଧର ବରିଷ୍ଠ କ୍ରୀଡାବିତ ତଥା ଜାତୀୟ ସନ୍ତରଣକାରୀ ଶିବ ନାରାୟଣ ଦାସଙ୍କ ଦ୍ୱାଦଶାହ ଅବସରରେ ଜିଲା ସନ୍ତରଣ ସଂଘ ପକ୍ଷରୁ ଏକ ଶୋକସଭା ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରୀଡା ସଂଘ ଓ ସନ୍ତରଣ ସଂଘ ପକ୍ଷରୁ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଜିଲା ଏଥଲେଟିକ ଆସୋସିଏସନର ସଂପାଦକ ରବିନ୍ଦ୍ର କୁମାର ରାଉତ, ଜାତୀୟ ରେଫରୀ ଶ୍ରୀକାନ୍ତ ବହିଦାର ସ୍ୱର୍ଗତ ଶିବ ଦାସଙ୍କ ମୃତ୍ୟୁ ବୌଦ୍ଧର କ୍ରିଡା ଜଗତ ପାଇଁ ଏକ ବଡ ଧକ୍କା ବୋଲି ଆଲୋଚନା କରିଥିଲେ। ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଥିଲା।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଶିକ୍ଷକ ରଂଜିତ କୁମାର ରାଉତ, ଓସିଏ ପେନାଲ ଓମ୍ପାୟାର ସଂଜୟ ଜେନା, ବାମଦେବ ଛତ୍ର, ଅରବିନ୍ଦ ରଥ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ସିଲୁ ବେହେରାଙ୍କ ସମେତ କ୍ରୀଡା ସଂଘ ଓ ସନ୍ତରଣ ସଂଘର ଖେଳାଳୀମାନେ ଉପସ୍ଥିତ ଥିଲେ।



