www.samajalive.in
Friday, December 5, 2025
17.1 C
Bhubaneswar

ଲଇଡାରେ ଚାଷୀ ସଭା ; ପାଉଁଶ ଡମ୍ପିଂକୁ ବିରୋଧ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‍ ର ଲଇଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆଗାମୀ ଦିନରେ କାରଖାନାର ପାଉଁଶ ପକାଇବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାର ସୂଚନା ପାଇଁ ସ୍ଥାନୀୟ କୃଷକ ସଂଙ୍ଗଠନ ପକ୍ଷରୁ ଆଜି ଏକ ସଭା ଆନୁଷ୍ଠିତ ହୋଇଥିଲା। ସଙ୍ଗଠନର ସଭାପତି ସଲିଲ ନାଏକଙ୍କ ସଭାପତିତ୍ୱ ଏବଂ କୋଷାଧ୍ୟକ୍ଷ ଶୋଷିତ କୁମାର ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଚାଷୀମାନେ ସମ୍ଭାବିତ ପାଉଁଶ ଡମ୍ପିଂ କୁ ବିରୋଧ କରିଥିଲେ। ସଭାରେ ପୂର୍ବତନ ବିଧାୟକ ରମେଶ ପଟୁଆ, କୃଷଲ ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି, ଲଇଡା ସରପଞ୍ଚ ଯୁଗଳକିଶୋର ସାହୁ, ସମିତି ସଭ୍ୟ ରାଜେଶ ଅଗ୍ରୱାଲ, ସଙ୍ଗଠନର ପୂର୍ବତନ ସଭାପତି ସରୋଜ ପୂଜାରୀ, ଲଇଡା କଳେଜର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାଥୁଆ, ପୂର୍ବତନ ପ୍ରଧାନ ସିକ୍ଷକ ବିନୟ ଚୌଧୁରୀ, ପ୍ରକାଶ ପୃଷ୍ଟି, ସୁଶାନ୍ତ ପଟେଲ, ସୁରେନ୍ଦ୍ର କରାଲି, ଭାରତ କରାଲି, ସେବା ସମବାୟ ସମିତି ର ପୂର୍ବତନ ସଭାପତି ଜୟନରାୟଣ ନାଏକ, ଅନିଲ ପଟେଲ, ସନ୍ତୋଷ ଭୋଇ, ନରେଶ ତଣ୍ଡିଆ, ବିନୋଦ ବିହାରୀ ସାହୁ, ନାସିର ଅଲ୍ଲି, ମଞ୍ଜିବ ସାହୁ, ତପନବେହେରା, ୱାର୍ଡ ସଭ୍ୟ ପରକ୍ଷିତ ସିଂ.ପରକ୍ଷିତ ମରେଇ ପ୍ରମୁଖ ପଞ୍ଚାୟତର ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories