www.samajalive.in
Tuesday, December 9, 2025
16.1 C
Bhubaneswar

ହଜାର ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଅମରନାଥ ପଲିଆଙ୍କ ପରଲୋକ

ଫୁଲବାଣୀ: ଫୁଲବାଣୀ ସ୍ଥିତ ଏକ କ୍ଲିନିକ୍‍ର ମାଲିକ ଅମର ପଲିଆଙ୍କ ଗତ ରାତିରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଠାରେ ଥିବା କିମ୍‍ସ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ରାତି ୧୧ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ତଳେ ବାଥରୁମରେ ଗାଧୋଇବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଣ୍ଟାରେ ଆଘାତ ଲାଗିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କିମସ ହସ୍‍ପିଟାଲରେ ଭର୍ତି କରାଯାଇଥିଲା। ସେଠାରୁ ପୁଣି ତାଙ୍କୁ ତାଙ୍କୁ ଏମସ୍‍ ହସପିଟାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଉଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟପରେ କରୋନା ନେଇ ମଧ୍ୟ ଚିକିତ୍ସା ଚାଲିଥିଲା। ହସପିଟାଲ କର୍ତୃପକ୍ଷ ତାଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିନାହାନ୍ତି। ଭୁବନେଶ୍ୱର ବିଏମସି ପକ୍ଷରୁ ଭୁବନେଶ୍ୱରରେ ହିଁ କୋଭିଡ ନିତି ନିୟମ ଅନୁସାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।

ସ୍ୱର୍ଗତ ଅମର ଫୁଲବାଣୀର ସର୍ବ ପରିଚିତ ଭଗବତୀ କ୍ଲିନିକର ମାଲିକ ଥିଲେ। ତାଙ୍କର କ୍ଲିନିକରେ ସେ କନ୍ଧମାଳ ଜିଲ୍ଲା ସମେତ ପଡୋଶୀ ବୌଦ୍ଧ ଜିଲ୍ଲା ଏବଂ ଆଖପାଖ ଅଂଚଳର ହଜାର ହଜାର ରୋଗୀଙ୍କୁ ତାଙ୍କର ଉତ୍ତମ ବ୍ୟବହାର ସହିତ ସଠିକ ଆବଶ୍ୟକ ବେଳେ ରୋଗୀଙ୍କର ଘରକୁ ଯାଇ ଚିକିତ୍ସା ଯୋଗାଇବା ଏପରିକି ଆବଶ୍ୟକ ବେଳେ ଗରୀବ ରୋଗୀଙ୍କୁ ମାଗଣାରେ ସେବା ପ୍ରଦାନ କରୁଥିବା ଯୋଗୁଁ ସେ ହଜାର ହଜାର ଲୋକଙ୍କର ଅତି ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ହଜାର ହଜାର ଲୋକେ ମର୍ମାହତ ହୋଇଛନ୍ତି। ତାଙ୍କର ଆକସ୍ମିକ ଦେହାନ୍ତରେ ଫୁଲବାଣୀ ମେଡିକାଲ ଛକ ସମେତ ତାଙ୍କର ବନ୍ଧୁ ମହଲରେ ଶୋକର ଛାୟା ଖେଳିଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories