www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ତର୍ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସବ୍ୟସାଚୀଙ୍କ ସଫଳତା

ବଲାଙ୍ଗିର:‘ରାଇଡୁ’ ପକ୍ଷରୁ ଆୟୋଜିତ ଶିଶୁ କିଶୋର ଆନ୍ତର୍ଜାତୀୟ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ବଲାଙ୍ଗିରର ସବ୍ୟସାଚୀ ନାୟକ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାର ବିଷୟବସ୍ତୁ ସେ ‘ସଂସ୍କୃତି ଓ ଐତିହ୍ୟ’ ଅନୁଯାୟୀ ସମ୍ବଲପୁରୀ ବସ୍ତ୍ର, ନୃତ୍ୟ ଓ ମା’ ସମଲେଇଶ୍ୱରୀଙ୍କ ଚିତ୍ର ଆଙ୍କିଥିଲେ। ଭାରତ ସମେତ ୮ଟି ଦେଶର ୫୩ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହେବା ବିଷୟ ସୂଚନା ମିଳିବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲାଙ୍ଗିର ଓଁକାର ନାୟକ ଓ କ୍ଷଣପ୍ରଭା ପାଣିଗ୍ରାହୀଙ୍କ ପୁତ୍ର ସବ୍ୟସାଚୀ ପିଲାଟି ଦିନରୁ କଳାପ୍ରତି ରୁଚି ରଖିଛନ୍ତି। ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ସବ୍ୟସାଚୀ ବିଦ୍ୟାଳୟର ଅନ୍ୟ ସହଶୈକ୍ଷିକ କାର୍ଯ୍ୟକ୍ରମ ସ୍କାଉଟ,ବକ୍ତୃତା,ପ୍ରବନ୍ଧ ଓ ନୃତ୍ୟ ଆଦିରେ ଯୋଗଦାନ କରି ଜିଲା ଓ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଏହା ସହ ବିଭିନ୍ନ ଅନୁଷ୍ଠାନରୁ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସବ୍ୟସାଚୀ ତାଙ୍କର ପରିବାରବର୍ଗ, ଗୁରୁଜୀ ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories