ଆତ୍ମଘାତୀ ବିସ୍ଫୋରଣରେ ୧୦ମୃତ

0

ଜଲାଲାବାଦ : ଆଫଗାନିସ୍ତାନର ଜଲାଲାବାଦସ୍ଥିତ ଏକ ଚେକ୍‍ପୋଷ୍ଟଠାରେ ଆତ୍ମଘାତୀ ବିସ୍ଫୋରଣରେ ୧୦ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୮ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ସୁରକ୍ଷା କର୍ମୀ ଅଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି; ତେବେ ତାଲିବାନ କିମ୍ବା ଆଇଏସ୍‍ଆଇଏସ୍‍ ପକ୍ଷରୁ ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଗତ ୧ତାରିଖରେ ଏଠାରେ ଘଯିଥିବା ଏକ ବିସ୍ଫୋରଣରେ ୧୯ଜଣ ପ୍ରାଣ ହରାଇଥିଲେ।

Leave A Reply