www.samajalive.in
Thursday, December 11, 2025
14.1 C
Bhubaneswar

ଆଇପିଏଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଲା : ଦୀପକ ଚହରଙ୍କ ପରେ ସିଏସକେର ଋତୁରାଜଙ୍କୁ କରୋନା

ଦୁବାଇ : ଶୁକ୍ରବାର ସନ୍ଧ୍ୟାରେ ଜଣା ପଡ଼ିଥିଲା ଯେ ଭାରତୀୟ କ୍ରିକେଟ୍‍ ଦଳର ଜଣେ ଖେଳାଳିଙ୍କ ସହ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ)ର ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଥିଲା। ଏହି ଖବର ସିଏସ୍‍କେ ଦଳ ମ୍ୟାନେଜମେଣ୍ଟ ସହ ବିସିସିଆଇ ବସ୍‍ମାନଙ୍କର ନିଦ ହଜାଇ ଦେଇଥିଲା। ତେବେ ଶନିବାର ସେମାନଙ୍କୁ ମିଳିଥିବା ଖବର ମୁଣ୍ଡବ୍ୟଥାର କାରଣ ହୋଇଛି। ବିସିସିଆଇ ଶନିବାର ସ୍ୱୀକାର କରିଛି ଯେ ସିଏସକେର ୨ ଜଣ କ୍ରିକେଟରଙ୍କ ସହ ମୋଟ ୧୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ୧୪ ଦିନ ଲାଗି ସଂଗରୋଧରେ ରଖାଯାଇଛି।
ଶୁକ୍ରବାର ଜଣା ପଡ଼ିଥିଲା ଯେ ସିଏସକେ ଦଳର ସଂକ୍ରମିତଙ୍କ ମଧ୍ୟରେ ଜଣେ ଆନ୍ତର୍ଜାତିକ ସୀମିତ ଓଭର ବିଶେଷଜ୍ଞ ପେସ୍‍ ବୋଲର ଥିଲେ ଏବଂ ଅନ୍ୟ ୯ ଜଣ ନେଟ୍‍ ବୋଲର ଓ ସପୋର୍ଟ ଷ୍ଟାଫ୍‍। ବିସିସିଆଇ ପ୍ରକାଶ କରିନଥିଲେ ମଧ୍ୟ ଶନିବାର ଜଣା ପଡ଼ିଛି ଯେ ସିଏସକେର ଉକ୍ତ ଭାରତୀୟ କ୍ରିକେଟର ହେଉଛନ୍ତି ପେସ୍‍ ବୋଲର ଦୀପକ ଚହର। ସିଏସକେର ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଶନିବାର ଘୋଷଣା କରାଯାଇଛି। ଉକ୍ତ କ୍ରିକେଟର ଜଣେ ଉପର ଅର୍ଡରର ବ୍ୟାଟ୍‍ସମ୍ୟାନ୍‍। ସେ ଭାରତ ‘ଏ’ ପାଇଁ ଖେଳିଛନ୍ତି ଏବଂ ଘେରୋଇ କ୍ରିକେଟ୍‍ରେ ବହୁତ ରନ୍‍ ସ୍କୋର୍‍ କରିଛନ୍ତି। ଚେନ୍ନଇ ସୁପର କିଙ୍ଗ୍‍ସର ଦଳକୁ ଦେଖିଲେ ଏହି ଖେଳାଳି ବ୍ୟାଟ୍‍ସମ୍ୟାନ୍‍ ଋତୁରାଜ ଗାଏକ୍‍ୱାଡ୍‍ ହୋଇପାରନ୍ତି। ଅନ୍ୟ ସମସ୍ତ ଦଳ ଅଭ୍ୟାସ ଆରମ୍ଭ କରିଥିଲେ ହେଁ ସିଏସକେ ଅଗଷ୍ଟ ୧ରେ ଅଭ୍ୟାସ ଆରମ୍ଭ କରିପାରେ। ଚେନ୍ନଇରେ ୬ ଦିନ ଅଭ୍ୟାସ କରିବା ବେଳେ ଏହି ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ କରୋନା ସଂକ୍ରମିତ ହୋଇଥିଲେ ବୋଲି ଅନୁମାନ କରାଯାଉଛି। ଶନିବାର ବିସିସିଆଇ ପ୍ରେସ୍‍ ବିବୃତିରେ ଜଣାଇଛି- ଅଗଷ୍ଟ ୨୦ରୁ ୨୮ ମଧ୍ୟରେ ୟୁଏଇରେ ଆଇପିଏଲ୍‍ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କର ଆର୍‍ଟି-ପିସିଆର୍‍ ପରୀକ୍ଷା କରା ଯାଇଥିଲା। ୧୯୮୮ଟି ପରୀକ୍ଷା ହୋଇଥିବା ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଖେଳାଳି, ସପୋର୍ଟ ଷ୍ଟାଫ୍‍, ଦଳ ମ୍ୟାନେଜମେଣ୍ଟ, ବିସିସିଆଇ କର୍ମଚାରୀ, ଆଇପିଏଲ୍‍ ପାଇଁ କାମ କରୁଥିବା ବ୍ୟକ୍ତି, ହୋଟେଲ କର୍ମଚାରୀ ଓ ଗ୍ରାଉଣ୍ଡ କର୍ମଚାରୀ। ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି; ସେମାନଙ୍କ ମଧ୍ୟରେ ୨ ଜଣ ଖେଳାଳି ଅଛନ୍ତି। ଅନୁମାନ କରାଯାଉଛି ଯେ ଅନ୍ତିମ ରାଉଣ୍ଡ ପରୀକ୍ଷାରୁ ଏହି ୧୩ଟି ପଜିଟିଭ୍‍ ରିପୋର୍ଟ ଆସିଛି। ସମସ୍ତ ସଂକ୍ରମିତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଆଇପିଏଲ୍‍ର ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହି ୧୩ ଜଣ ସଂକ୍ରମିତ କେଉଁ ଫ୍ରାଞ୍ଚାଇଜିର ବୋଲି ବିସିସିଆଇ ଦର୍ଶାଇନଥିବା ବେଳେ ଜାଣିବାକୁ ମିଳିଛି ଯେ ସମସ୍ତେ ଚେନ୍ନଇ ସୁପର କିଙ୍ଗ୍‍ସର। ସିଏସକେର ଜଣେ ଅଧିକାରୀଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ତାଲିକାରେ ଅଛନ୍ତି। ସମସ୍ତ ସଂକ୍ରମିତଙ୍କୁ ସିଏସକେ ରହୁଥିବା ହୋଟେଲରୁ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ଏହା ସତ ଯେ ଖେଳାଳିମାନେ ୟୁଏଇରେ ପହଞ୍ଚିବାର କିଛିଦିନ ମଧ୍ୟରେ ୧୩ ଜଣ କରୋନା ସଂକ୍ରମିତ ହେବା ନିଶ୍ଚୟ ବିଦେଶୀ ଖେଳାଳିଙ୍କୁ ଚିନ୍ତାରେ ପକାଇବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories