www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଧମାଳ: ୩୬ ନୂଆ ସଂକ୍ରମିତଙ୍କ ସହ ୨୧୦୦ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ଫୁଲବାଣୀ: କନ୍ଧମାଳରେ ଆଜି ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚିହ୍ନଟଙ୍କ ମଧ୍ୟରେ ୩ ଜଣ କୋଭିଡ୍‍ ଯୋଦ୍ଧା ଅଛନ୍ତି। ୩୬ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଥିବା ଜଣା ପଡିଛି। ଫୁଲବାଣୀ ବ୍ଲକରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଜି ଉଦୟଗିରିରୁ ଜଣେ, କେ ନୁଆଗାଁରୁ ୨ ଜଣ, କୋଟଗଡରୁ ୮ ଜଣ, ରାଇକିଆରୁ ୪ ଜଣ, ଚକାପାଦରୁ ଜଣେ, ବାଲିଗୁଡାରୁ ୩ ଜଣ, ଖଜୁରିପଡାରୁ ଜଣେ ଏବଂ ଜିଲ୍ଲା ବାହାରୁ ୫ ଜଣ ଚିହ୍ନଟ ହୋଇଥିବା ଜଣା ପଡିଛି। ଜିଲ୍ଲାର ମୋଟ ୨୧୦୦ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଏବଂ ୧୬୫୯ ଜଣଙ୍କର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୪୩୪ ଜଣ ଚିକିତ୍ସିତ ହେଉଥିବା ପ୍ରଶାସନ ସୂଚନା ଦେଇଛି।

ଅନ୍ୟପକ୍ଷରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ରେ ଥିବା ଜିଲ୍ଲା ଅଦାଲତର ଜଣେ ସିରସ୍ତାଦାରଙ୍କ ମୃତ୍ୟୁ ହେବା ସହ କିଛି ଓକିଲଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଅଦାଲତ ପରିସରକୁ ବାଉଁଶବାଡ ପକାଇ ନିଶିଦ୍ଧାଞ୍ଚଳ କରିଛି। ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କୋର୍ଟ ବନ୍ଦ ହୋଇ ଯାଇଛି।

- Advertisement -

ଅନ୍ୟପକ୍ଷରେ ଦିନକୁ ଦିନ ଫୁଲବାଣୀ ସହରରେ ସଂକ୍ରମିତ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ଗତ ୫ ଦିନ ମଧ୍ୟରେ ଖୋଦ୍‍ ଫୁଲବାଣୀ ସହରରେ ସଂକ୍ରମିତ ସଂଖ୍ୟା ୭୬ଜଣ ଚିହ୍ନଟ ହୋଇଛନ୍ତି। ଆଜି ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ତାରିଖରେ ୧୧ ଜଣ, ୨୫ ତାରିଖରେ ୧୭ଜଣ, ୨୬ ତାରିଖରେ ୧୪ଜଣ, ୨୭ ତାରିଖରେ ୧୩ଜଣ ଚିହ୍ନଟ ହୋଇଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories