www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରତିଶୃତିରେ କଟିଲାଣି ୪ ବର୍ଷ, ପର ବାରଣ୍ଡାରେ ନାବାଳିକା ଝିଅ ସହିତ ବିଧବା ମାଆ

ଫୁଲବାଣୀ: କେନ୍ଦ୍ର ଓ ରାଜ୍ୟ ସରକାର ଗୃହହୀନ ପରିବାର ତଥା ବିପଦ ସଙ୍କୁଳ ଅବସ୍ଥା ଘରେ ରହୁଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଭଳି ଯୋଜନା କରିଛନ୍ତି। କିନ୍ତୁ ତାହା ଏବେ ପଥ ଭ୍ରଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଯୋଗ୍ୟ ବିଧବା ବୃଦ୍ଧା ଜଣକ ହିତାଧିକାରୀ ହୋଇଥିଲେ ସୁଦ୍ଧା ପରିଣତ ବୟସରେ ମଧ୍ୟ ଆବାସ ଯୋଜନା ତାଙ୍କ ପାଇଁ ଯେମିତି ଦିବା ସ୍ୱପ୍ନ ପାଲିଟିଛି। ଯାହା ଫଳରେ ଜଣେ ୫୫ବର୍ଷର ବିଧବା ବୃଦ୍ଧ ନିଜର ନାବାଳିକା ଝିଅ ସାଥିରେ ଭଙ୍ଗା ଦଦରା ଝାଟିମାଟି ଘରେ ରୋଷେଇ କରି ଖାଉଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତିଙ୍କର ବାରଣ୍ଡାରେ ଜୀବନ ବିତାଉଥିବା ଭଳି ଘଟଣା ଦେଖିବାକୁ ମିଳିଛି।

ଏହିଭଳି ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପଂଚାୟତ ବଲସକୁମ୍ପା ଗ୍ରାମର ୬ନମ୍ବର ଓାର୍ଡରେ ରହୁଥିବା ଲୀଳାବତୀ ଦାସ(୫୫)ଙ୍କ କ୍ଷେତ୍ରରେ। ଗ୍ରାମର ଲୀଳାବତୀ ଦାସଙ୍କ ସ୍ୱାମୀ ହେମନ୍ତ ଦାସଙ୍କର ଗତ ୪ବର୍ଷ ତଳେ ମୃତ୍ୟ ହୋଇଥିବା ବେଳେ ଝିଅ ଶିବାନୀ ଦାସକୁ ଧରି ଅସହାୟ ଅବସ୍ଥାରେ ରହୁଛନ୍ତି। ନିଜର ଝାଟିମାଟି ଭଙ୍ଗାଘରେ ଯେନତେନ ପ୍ରକାରେ ରୋଷେଇ କରୁଥିବା ବେଳେ ମୁଣ୍ଡ ଗୁଂଜିବାକୁ କିନ୍ତୁ ଜାଗା ନାହିଁ ଯାହାଫଳରେ ଉଭୟେ ମା’ ଓ ଝିଅ ଅସହାୟ ଭାବେ ଗ୍ରାମର କେତେବେଳେ କାହାର ବାରଣ୍ଡାରେ ଜୀବନ ବିତାଉଥିବା ବେଳେ ଗତ କିଛି ମାସ ହେଲା ଉଦୟନାଥ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଦୀର୍ଘ ୪ବର୍ଷ ହେଲା ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ସ୍ୱାମୀଙ୍କର ମୃତ୍ୟ ପରେ ତାଙ୍କୁ ସରକାରଙ୍କ ତରଫରୁ କେବଳ ବିଧବା ଭତା ବାବଦକୁ ୫ଶହ ଟଙ୍କା ଏବଂ ୩୫ କିଲୋ ଚାଉଳ ଦିଆଯାଉଛି। ସେତକରେ ଜୀବନ କାଟିବା ଭାରି କଷ୍ଟ ବୋଲି ବିଧବା ବୃଦ୍ଧା ମହିଳା ଜଣକ ପ୍ରକାଶ କରିଛନ୍ତି। ତେବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହେଉ ଅବା ବିଜୁ ପକ୍କା ଘର ଯୋଜନାରେ ଘରଖଣ୍ଡିଏ ପାଇବା ପାଇଁ ବିଧବା ବୃଦ୍ଧା ଜଣକ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ବିଡିଓ ରବୀନ୍ଦ୍ର ନାଥ କହଁର ଏବଂ ବଲସକୁମ୍ପା ପଂଚାୟତ ସରପଂଚ ଅଜୟ କୁମାର ମଲିକ, ପଂଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣାଙ୍କ ନିକଟରେ ବାରମ୍ବାର ଲିଖିତ ଭାବରେ ଅଭିଯୋଗ କକରିବାର ୪ବର୍ଷ ପରେ ମଧ୍ୟ ଲୀଳାବତୀଙ୍କ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନଥିବା ବେଳେ ଏବର୍ଷ ଘର ମିଳିବ, ଆର ବର୍ଷକୁ ଘର ଦିଆହେବ ବୋଲି କହି କେବଳ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଇତି ମଧ୍ୟରେ ୪ ବର୍ଷ ବିତିଗଲାଣି। ଆଜି ପର୍ଯ୍ୟନ୍ତ ତାଙ୍କୁ କୈାଣସି ଆବାସ ଯୋଜନାରେ ସାମିଲ କରାନଯାଇ ବାରମ୍ବାର ଭୁଆଁ ବୁଲାଉଛନ୍ତି ବୋଲି ବିଧବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏବଂ ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଅସହାୟ ବିଧବା ମହିଳା ଲୀଳାବତୀ ଦାସଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ସାମିଲ କରିବା ପାଇଁ ଗ୍ରାମର ରସାନନ୍ଦ ଦାସ, ଉଦୟନାଥ ପ୍ରଧାନ, ରମାକାନ୍ତ ବିଶୋୟୀ, ପ୍ରଣୟ ସାହୁ, ଉଦ୍ଧବ ବିଶୋୟୀ ସନ୍ତୋଷ ଦେହୁରୀଙ୍କ ସମେତ ଅଂଚଳବାସୀ ମାନେ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories