www.samajalive.in
Tuesday, December 9, 2025
23.1 C
Bhubaneswar

ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ : ଜିଲାପାଳ

ଫୁଲବାଣୀ: ସେପ୍ଟମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ଜେଇଇ ପରୀକ୍ଷା ପାଇଁ ସମଗ୍ର ଜିଲାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ବସ୍‍ ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀମାନେ କିଭଳି ଭାବେ ଯାଇ ପରୀକ୍ଷାଦେବେ ସେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ କେତେକ ଗାଡ଼ିଭଡ଼ା କରି ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବହୁ ଗରୀବ ଓ ମେଧାବି ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପରିସ୍ଥିତିରେ ଅର୍ଥର ଅଭାବ ଯୋଗୁଁ ଅନେକ ଆଶା ଛାଡ଼ିସାରିଲେଣି। ଅନ୍ୟପକ୍ଷରେ କରୋନା କଟକଣା ପାଇଁ କନ୍ଧମାଳ ଜିଲାର ୭ଟି ପ୍ରବେଶ ପଥରେ ବର୍ତ୍ତମାନ ପର୍ୟ୍ୟନ୍ତ ନାକାପୋଷ୍ଟ କରାଯାଇଛି। ଫଳରେ ବିନା ପାସରେ ଯାତାୟତ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏନେଇ ଆଜି କେତେକ ଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଟୁଇଟ୍‍ କରି ଜଣାଇବାପରେ ଜିଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ପ୍ରକାରେ, ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷା ପାଇଁ ଯେଉଁ ଆଡ଼ମିଟ୍‍ କାର୍ଡ଼ ପାଇଛନ୍ତି ତାହାକୁ ନାକାପୋଷ୍ଟରେ ଦେଖାଇବାକୁ ଅନୁରୋଧ କରିବା ସହିତ ତାହାହିଁ ପାସ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଜେଇ ପରୀକ୍ଷା ପାଇଁ ଅନ୍ୟ ପାସ ଆବଶ୍ୟକ ନାହିଁ ବୋଲି ମଧ୍ୟ ଜିଲାପାଳ ଟୁଇଟ୍‍ ମାଧ୍ୟମରେ ଜଣାଇବା ସହିତ ଆବଶ୍ୟକ ସ୍ଥଳେ ଜିଲା ଜରୁରୀକାଳିନ କାର୍ୟ୍ୟାଳୟ ସହିତ ଯୋଗାଯୋଗ ପାଇଁ ମଧ୍ୟ ନମ୍ବର ପ୍ରଦାନ କରାଯାଇଛି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories